ହେଡଲାଇନସ୍:

ଲକ୍ ଡ଼ାଉନର ପ୍ରଭାବ : ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ା ଠପ୍ ,ବହି ଦୋକାନ ଖୋଲିବାକୁ ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି)- କୋଭିଡ଼-୧୯ର ମୁକାବିଲା ନିମନ୍ତେ ମାର୍ଚ୍ଚ ୨୪ରୁ ଲକ୍ ଡ଼ାଉନ ଘୋଷଣା ହେବା ପରେ ପରେ ମୟୂରଭଞ୍ଜ ଜିଲ୍ଲାର ଇଂଲିଶ ଓ ଓଡ଼ିଆ ମିଡ଼ିୟମର ସମସ୍ତ ୨୦୦୦ରୁ ଅଧିକ ସରକାରୀ  ଓ ବେସରକାରୀ ବିଦ୍ୟାଳୟ, ୨୦୦ରୁ ଅଧିକ ମହାବିଦ୍ୟାଳୟ ସହ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଏହି ସମସ୍ତ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସରକାର ଅନଲାଇନରେ ମାଧ୍ୟମରେ ପାଠ ପଢ଼ା ଜାରି ରଖିବା ନିମନ୍ତେ ଆଦେଶ ଦେଇଥିଲେ । ମାତ୍ର ଛାତ୍ରଛାତ୍ରୀମାନଙ୍କର ଅଧ୍ୟୟନ ସମୟରେ ଆବଶ୍ୟକ ହେଉଥିବା ବହି, ଖାତା, କାଗଜ, କଲମ ଆଦି ପାଠ୍ୟ ଉପକରଣ ଗୁଡ଼ିକ ବହି ଦୋକାନ ଆଦି ବନ୍ଦ ରହିଥିବାରୁ ମିଳିବା ସମ୍ଭବ ହେଉନାହିଁ । ଫଳରେ ସେମାନଙ୍କ ବିଦ୍ୟା ଅଧ୍ୟୟନରେ ବାଧକ ସାଜିଛି । ଯାହାକୁ ନେଇ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯାଜପୁର ଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ାକୁ ଅଗ୍ରାଧିକାରୀ ଦିଆଯାଇ ଏହାକୁ ଜରୁରୀ ସେବାରେ ସାମିଲ କରାଯାଇ ପଜିଲ୍ଲାପ୍ରଶାସନ ପକ୍ଷରୁ ବହି ଓ ପାଠ୍ୟଉପକରଣ ଦୋକାନଗୁଡ଼ିକୁ ଖୋଲିବା ନିମନ୍ତେ ଅନୁମତି ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଏଥି ନିମନ୍ତେ ଅନୁମତି ଦେବାକୁ ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ଦାବି କରାଯାଉଥିବା ସମୟରେ ବାରିପଦା ପୁସ୍ତକ ବିକ୍ରେତା ସଙ୍ଘ ପକ୍ଷରୁ ଅସିତ୍ କୁମାର ସେନ, ଅମୀୟ କୁମାର ସାହୁ, ବିନୋଦ କୁମାର ଦାସ ଓ ନାରାୟଣ କୁମାର ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ  ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତିଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । 

 

0
0
0
s2sdefault