ହେଡଲାଇନସ୍:

କେନ୍ଦ୍ରାପଡ଼ାରେ  କାର୍ଯ୍ୟକ୍ଷମ ହେଲା 110 ଶଯ୍ୟା ବିଶିଷ୍ଟ ସମ ପରିଚାଳିତ କୋଭିଡ ହସ୍ପିଟାଲ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୁବଶୀଘ୍ର ଅନୁଗୁଳ ଠାରେ ମଧ୍ୟ ସମ ହସ୍ପିଟାଲ୍ ସହାୟତାରେ କୋଭିଡ ହସ୍ପିଟାଲ

ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗର ହାତ ବଢ଼ାଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ  ଆଇଏମଏସ ଓ ସମ ହସ୍ପିଟାଲ ଦ୍ଵାରା ଭୁନେଶ୍ଵରଠାରେ 525 ଶଯ୍ୟା ବିଶିଷ୍ଟ  କୋଭିଡ ହସ୍ପିଟାଲ ଆରମ୍ଭ ହୋଇସାରିଥିବ। ବେଳେ ମଙ୍ଗଳବାର ଦିନ କେନ୍ଦ୍ରାପଡ଼ା ଠାରେ 110 ଶଯ୍ୟା ବିଶିଷ୍ଟ ଅନ୍ୟ ଏକ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି ।  କେନ୍ଦ୍ରାପଡ଼ା ନିକଟସ୍ଥ ଛତା ରେ ଥିବା ସରକାରୀ ପଲିଟେକ୍ନିକ ରେ ଏହି ହସ୍ପିଟାଲ ରେ 100 ଟି ଶଯ୍ୟା ଓ 10 ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

ଏହି ହସ୍ପିଟାଲ ନିମନ୍ତେ ରାଜ୍ୟ ସରକାର ଆର୍ଥିକ ସହଯୋଗ କରୁଥିବାବେଳେ ଡାକ୍ତର, ନର୍ସ, ଏବଂ ପାରାମେଡିକାଲ ଷ୍ଟାଫ ଆଇଏମଏସ ଓ ସମ ହସ୍ପିଟାଲ ପକ୍ଷରୁ ଯୋଗାଇଦିଆ ଯାଇଛି । ସେହିପରି ହସ୍ପିଟାଲ ନିମନ୍ତେ ବ୍ୟବହାର ହେବାକୁ ଥିବା ଆନୁସଙ୍ଗିକ  ସରଞ୍ଜାମ ମଧ୍ୟ ସମ ପକ୍ଷରୁ ଯୋଗାଇଦିଆ ଯାଇଛି । ହସ୍ପିଟାଲରେ ଲାଇଫ ଶେଭିଂ ଡିଭାଇସେସ ଓ ଭେଣ୍ଟିଲେଟର  ରଖାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କୁ ଉପସ୍ଥିତି ରେ ହସ୍ପିଟାଲ  ମଙ୍ଗଳବାର କାର୍ଯ୍ୟକ୍ଷମ ହୋଇଛି । ଏହି ପ୍ରକଳ୍ପ ନିମନ୍ତେ ସୋମବାର ଦିନ କେନ୍ଦ୍ରାପଡ଼ାଠାରେ ରାଜ୍ୟ ସରକାର ଓ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ବର୍ମା ଓ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୋଆ  କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ କେନ୍ଦ୍ରାପଡ଼ା ଉପଜିଲାପାଳ ଶ୍ରୀ ଜ୍ୟୋତି ପ୍ରକାଶ ମହାପାତ୍ର ପ୍ରମୁଖ ଉପସ୍ଥିତି ଥିଲେ । ଖୁବଶୀଘ୍ର ଅନୁଗୁଳ ଠାରେ ମଧ୍ୟ ସମ ହସ୍ପିଟାଲ୍ ସହାୟତାରେ ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ।

0
0
0
s2sdefault