ହେଡଲାଇନସ୍:

ରୋଗିଙ୍କ ପାଇଁ ଆଶା ବାଡ଼ି ପାଲଟିଛି "ଜୀବନ ବିନ୍ଦୁ " : ରକ୍ତଦାନ କଲେ ଜଗତସିଂହପୁର ଵିଧାୟକ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର/ ଶାସକ ପ୍ରଶାସକ :  ‘କରୋନା’ରୁ ମୁକ୍ତି ପାଇଁ ଏବେ ସମଗ୍ର ବିଶ୍ୱ ପ୍ରୟାସ କରୁଥିବାବେଳେ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। କରୋନା ଭଳି ବିପତ୍ତି  ପାଇଁ ଲକଡାଉନ୍ ଚାଲିଥିବା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅନୁପ୍ରାଣୀତ ହୋଇ ସାମାଜିକ ଦୂରତ୍ୱ ଓ ପରିଚ୍ଛନ୍ନତା ବଜାୟ ରଖି ଯୁବବର୍ଗ ଏବେ ରକ୍ତଦାନ ପାଇଁ ଆଗେଇ ଆସିଛନ୍ତି। ଆଜି ଜଗତସିଂହପୁର ଓ ରାଉରକେଲା ଅନୁଗୋଳରେ  ବିଜେଡିର ‘ଜୀବନବିନ୍ଦୁ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଛି। ଜଗତସିଂହପୁରରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ।

କରୋନା ବିପତ୍ତି ସମୟରେ ନିଜର ସାମାଜିକ ଦାୟିତ୍ୱ ଭାବେ ବିଧାୟକ ଶ୍ରୀ ମୁଦୁଲିଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଛି। ଏହି କାର୍ଯ୍ୟକ୍ରମ ୭ଦିନ ଧରି ଚାଲିବ। ସାମାଜିକ ଦୂରତ୍ୱକୁ ବଜାୟ ରଖି ପ୍ରତ୍ୟେକ ଦିନ ଏଠାରେ ୨୦ରୁ ୩୦ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜି ପ୍ରଥମ ଦିନରେ ବିଧାୟକ ଶ୍ରୀ ମୁଦୁଲିଙ୍କ ସମେତ ମୋଟ ୨୭ଜଣ ରକ୍ତଦାନ କରିଥିଲେ। ଏହି ରକ୍ତଦାନ କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ ହୋଇ ନିଜର ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହ ନିମନ୍ତେ ବିଧାୟକ ଶ୍ରୀ ମୁଦୁଲି ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଦୋଳଗୋବିନ୍ଦ ଦାସ, ପ୍ରିୟବ୍ରତ ମହାପାତ୍ର ଓ ଯୁବନେତା ରତିରଞ୍ଜନ ବେହେରା ସହଯୋଗ କରିଥିଲେ।

ସେହିପରି ଜୀବନବିନ୍ଦୁ ମୁଖ୍ୟ ସଂଯୋଜକ ତଥା ପୂର୍ବତନ ବିଧାୟକ ଦେବାଶୀଷ ସାମନ୍ତରାୟ ଓ ଜୀବନବିନ୍ଦୁ ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳଙ୍କ ସଂଯୋଜନାରେ ବିଜେଡି ବାରବାଟୀ-କଟକର ଛାତ୍ର ଓ ଯୁବ ଶାଖାର ସଦସ୍ୟମାନେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ରାଜାବଗିଚାର ଜୟଜବାନ କ୍ଲବ ସଦସ୍ୟମାନେ ୩୩ ୟୁନିଟ୍ ରକ୍ତଦାନ କରିଥିଲେ। ବିଶେଷକରି ସୁସ୍ମିତା ମହାନ୍ତି ଓ ସୁନୀଲ ରାଜଙ୍କ ପ୍ରୟାସ ଓ ଯୁବନେତା ଜନସନ ମହାପାତ୍ର, ଜଗତଜ୍ୟୋତି ପଟ୍ଟନାୟକଙ୍କ ସହଯୋଗରେ ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସେହିପରି ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଓ ଜୀବନବିନ୍ଦୁ ସଂଯୋଜକ କୁନବିହାରୀ ଦାସଙ୍କ ସଂଯୋଜନାରେ ରାଉରକେଲା ବିଜୁ ଯୁବ ଛାତ୍ର ଜନତା ଦଳର ସଦସ୍ୟମାନେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଭ୍ରାମ୍ୟମାଣ ରକ୍ତଦାନ ଶିବିରର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ରାଉରକେଲା ଚାମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି ଓ ବେଦବ୍ୟାସ-ରାଉରକେଲା ଟ୍ରକ ମାଲିକ ସଂଘର ପ୍ରମୁଖ ସଦସ୍ୟମାନେ ବିଶ୍ୱରଞ୍ଜ ବେଉରିଆ, ବିଜୟ ପ୍ରଧାନ ଓ ଅନ୍ୟ ସଦସ୍ୟମାନେ ସକ୍ରିୟ ଭାବେ ସାମିଲ ହୋଇ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରିଛନ୍ତି।

 ସେହିପରି ଅନୁଗୋଳ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ, ଖଲାରୀ ଗ୍ରାମ ପଞ୍ଚାୟତ ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଖଲାରୀ ଗଡପଦା ସାହି ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜନ କରାଗଲା  ସାମାଜିକ ଦୂରତ୍ୱ ମଧ୍ୟ ପାଳନ କରାଗଲା।ଏହା ସହିତ ସମସ୍ତ ରକ୍ତଦାତା ଙ୍କୁ ମହିଳା SHG ଙ୍କ ଦ୍ୱାରା ତିଆରି କରିଥିବା ଗୋଟିଏ କପଡା ମାସ୍କ ବଣ୍ଟନ କରାଗଲା।ଅନୁଗୁଳ  ବିଜୁ ଜନତା ଦଳର  ସଭାପତି ମହେନ୍ଦ୍ର କୁମାର ବସ୍ତିଆ ,ଯୁବନେତା ଅରୁଣାଭ ସିଂହ, ଅନୁଗୁଳ ବ୍ଲକ ସଭାପତି ଶ୍ରୀଯୁକ୍ତ ସରୋଜ ନାରାୟଣ ସାହୁ ,ବରିଷ୍ଠ ଶିକ୍ଷାବିତ ଜୟନ୍ତ କୁମାର ପାଲିତ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ  କରିଥିଲେ । ରକ୍ତଦାନ ଶିବିର ରେ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଆସନ୍ତା କାଲିଠାରୁ ଲକଡାଉନ ଖୋଲିବା ଯାଏଁ ଦୈନିକ ୨୦ ୟୁନିଟ ରକ୍ତଦାନ କାର୍ଯ୍ୟକ୍ରମ ଵିଜେଡି ରାଜ୍ୟ କାର୍ଯ୍ୟଳୟ ଭୂବନେଶ୍ୱର ଠାରେ ଅନୁଷ୍ଠିତ ହେବ।

0
0
0
s2sdefault