ହେଡଲାଇନସ୍:

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ଜନ୍ମଦିନ ପାଳନ କଲେ ରୋଶନ ସାହୁ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର-ସଧାରଣରେ ଯୁବପିଢ଼ି ନିଜ ବନ୍ଧୁ ତଥା ପରିବାର ସହ ଜନ୍ମ ଦିନ ପାଳନ କରିଥାନ୍ତି । ବନ୍ଧୁ ମାନଙ୍କ ସହ ଜନ୍ମ ଦିନ ପାଳନ  କଲେ ରେଷ୍ଟୁରାଣ୍ଟ,କ୍ଳବରେ କେକ କାଟି ଜନ୍ମ ଦିନ ପାଳନ କରିଥାନ୍ତି । ପଦ୍ମପୁର ସହରର ରୋଶନ ସାହୁ ତାଙ୍କ ବନ୍ଧୁ ମାନଙ୍କ ସହ ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି ।ତାଳାବନ୍ଦ କଟଟଣା ଯୋଗୁଁ ଅସହାୟ ମାନେ ଭୋକ ଓପାସରେ ଦିନ କାଟୁଥିବା ଦେଖିବାକୁ ମିଲୁଛି । ରୋଶନ ତାଙ୍କ ଜନ୍ମଦିନ ଅସହାୟ ମାନଙ୍କ ମୁହଁରେ ହସ ଫୁଟାଇ ପାଳନ କରିଥିଲେ । ସେ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଚାଉଲ,ଡାଲି,ଆଳୁ,ପିଆଜ,ବିସ୍କୁଟ, ଚିନି ଆଦି ପ୍ରଦାନ କରି ବୟୋଜ୍ୟେଷ୍ଠ ଙ୍କୁ ଆଶୀର୍ବାଦ କାମନା କରିଥିଲେ । ଏପରି ନିଆରା ଜନ୍ମ ଦିନ ପାଳନ ଅବସରରେ ତାଙ୍କ ବନ୍ଧୁ ଅବିନାଶ ବହିଦାର,ସୁରେଶ କୁମାର ଦୋରା, ସଙ୍କେତ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

0
0
0
s2sdefault