ହେଡଲାଇନସ୍:

ପଦ୍ମପୁର ସହରରେ ସାମାଜିକ ଦୂରତ୍ବ ରଖି ଡଃ ଆମ୍ବେଦକରଙ୍କ ୧୨୯ତମ ଜୟନ୍ତୀ ପାଳିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶାସକ ପ୍ରଶାସକ -ଡଃ.ଆମ୍ବେଦକର ସଂଘ ପଦ୍ମପୁର ତରଫରୁ ଭାରତ ରତ୍ନ ବାବା ସାହେବଙ୍କ ର ୧୨୯ ତମ ଜୟନ୍ତୀ ପାଳନ କରାଯାଇଛି। ବର୍ତ୍ତମାନ ଆମ ଭାରତ ବର୍ଷରେ କରୋନା ଭାଇରସ ପାଇଁ ତାଳାବନ୍ଦ ରହିଛି । ଯଦି କୌଣସି ବ୍ୟକ୍ତି ଜରୁରୀ କାମରେ ବାହାରକୁ ଯାଉଛନ୍ତି ତେବେ ମାକ୍ସ କିମ୍ବା ରୁମାଲ ଦ୍ବାରା ମୁହଁକୁ ଘୋଡେଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି ତା ସହିତ ସାମାଜିକ ଦୂରତ୍ବ ପାଇଁ ମଧ୍ୟ ସରକାର ନିର୍ଦେଶ ଦେଇଛନ୍ତି । କାହିଁକି କରୋନା କୁ ଦମନ ପାଇଁ ସାମାଜିକ ଦୂରତ୍ବ ଓ ପରିବେଶ ସଫାସୁତୁରା ଏକମାତ୍ର ବିକଳ୍ପ ।ତେଣୁ ସରକାରଙ୍କ ସମସ୍ତ  ନିର୍ଦ୍ଦେଶନୁସାରେ ମାତ୍ର ପାଞ୍ଚ ଜଣ ସାମାଜିକ ଦୂରତ୍ୱରଖି ତଥା ମୁହଁକୁ ମାକ୍ସରେ ଘୋଡେ଼ଇ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ବଳନ ଓ ମାଲ୍ୟାପଣ କରାଯାଇଛି। ସଂଘର ସଭାପତି ଶ୍ରୀ ବଳଦେବ ସୁନା , ଉପଦେଷ୍ଟା ଶ୍ରୀ ଶମ୍ଭୁପ୍ରସାଦ ହରିପାଳ,ଶ୍ରୀ ସନୁ ବାଗ,ଶ୍ରୀ ଉପେନ୍ଦ୍ର ଦୀପ ଓ ଶ୍ରୀ ଜଗଦୀଶ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault