ହେଡଲାଇନସ୍:

ସୋହେଲା ଥାନା ଅଧିକାରୀ ଓ ତାଙ୍କର ଧର୍ମ ପତ୍ନୀ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେଲେ ପଚାଶ ହଜାର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ(ଶାସକ ପ୍ରଶାସକ)  :- ଆଜି ସୋହେଲା ଠାରେ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ଉପସ୍ଥିତରେ ସୋହେଲା ଥାନା ଅଧିକାରୀ ଶ୍ରୀ ନିର୍ମଳ ଚନ୍ଦ୍ର ମହାପାତ୍ର ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ବନଶ୍ରୀ ମହାପାତ୍ର ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ପାଇଁ ଏକ ପଚାଶ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । 

 ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀମତୀ ମହାପାତ୍ର ସମ୍ବଲପୁର DIG ଅଫିସ ରେ ଇନ୍ସପେକ୍ଟର ଭାବରେ କାର୍ଯରତ ଅଛନ୍ତି । ଶ୍ରୀ ମହାପାତ୍ର ହେଉଛନ୍ତି ଜିଲ୍ଲାର ପ୍ରଥମ ଥାନା ଅଧିକାରୀ ଯିଏ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ଫଣ୍ଡ କୁ ସିଧା ନିଜର ସହଯୋଗ ରାଶି ପ୍ରଦାନ କରିଛନ୍ତି । ସେହିଭଳି ଶ୍ରୀ ପ୍ରବୀଣ ଅଗ୍ରୱାଲ ଓ ମହମ୍ମଦ ମନସୁଖ ଭୋପ୍ଲା ଙ୍କର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଏହି ମହାନ ସହଯୋଗ ଅନ୍ୟ ସାମର୍ଥ୍ୟବାନ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫୁଣ୍ଡ କୁ ସହଯୋଗ ପାଇଁ ଉତ୍ସାହିତ କରିବ ବୋଲି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଛନ୍ତି ।  ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତ ନିଜର ସାଧ୍ୟମତେ ଜନସାଧାରଣ ଙ୍କର ସେଵା କରିବା ପାଇଁ ଆଗେଇ ଆସିବା ସହିତ  ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ଡରେ ନିଜର ବହୁମୂଲ୍ୟ ଯୋଗଦାନ ପ୍ରଦାନ କରିବାକୁ ଉପଜିଲ୍ଲାପାଳ ସମସ୍ତ ଙ୍କୁ ନିବେଦନ କରିଛନ୍ତି । ସରକାର ଙ୍କର ଦ୍ୱାରା ଜାରି କରାଯାଥିବା ସମସ୍ତ ନିୟମକୁ ପାଳନ କରି , ସାମାଜିକ ଦୂରତ୍ୱ ବଜାୟ ରଖି ଓ ମାକ୍ସ ବ୍ୟବହାର କରି ସମସ୍ତେ ନିଜର ଘରେ ରହିବାକୁ ଥାନା ଅଧିକାରୀ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି ।

ସେହିଭଳି ,ସୋହେଲା ର ବ୍ୟବସାୟୀ ବନ୍ଧୁ ଶ୍ରୀ ପ୍ରବୀଣ କୁମାର ଅଗ୍ରୱାଲ ମଧ୍ୟ ପଚାଶ ହଜାର ଓ ମହମ୍ମଦ ମନସୁଖ ଭୋପ୍ଲା ଏକ ଲକ୍ଷ ଟଙ୍କା ର ଚେକ  ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ଉପସ୍ଥିତ ରେ ଉପଜିଲ୍ଲାପାଳ ଙ୍କୁ କୋବିଡ଼ 19 ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି ।

 

0
0
0
s2sdefault