ହେଡଲାଇନସ୍:

"ଲକଡାଉନ୍ "ସମୟରେ ୬ ଶିବିରରୁ ୨୦୦ ୟୁନିଟ୍ ରକ୍ତ ସଂଗ୍ରହ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲାନ୍ସନାୟକ ମନୋଜ ପଣ୍ଡା : ରକ୍ତ ଦେବା ,ସମାଜସେବା ଯାହାର ନିଶା  

ବୀରମହାରାଜପୁର / ସୁବର୍ଣ୍ଣପୁର - (ରିପୋର୍ଟ ବିନୋଦ  ପାଣ୍ଡେ ) ବିଶ୍ବ ବ୍ୟାପି' କରୋନା' ର କରାଳ ପ୍ରକୋପରେ ସାରା ବିଶ୍ୱ ତଥା ଆମ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହା ସହ କରୋନା ମୁକାବିଲା ପାଇଁ ଦେଶ ତଥା ରାଜ୍ୟ ବ୍ୟାପୀ ଲକ ଡାଉନ୍ ଜାରି ରହିଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ର ରକ୍ତ ଭଣ୍ଡାରରେ ଯେଭଳି ରକ୍ତ ସଂକଟ ନହେବ ସେଥିପାଇଁ ଜଣେ କରୋନା ଯୁଦ୍ଧା ତଥା ସମାଜସେବୀ ଓ ରକ୍ତଦାତା ଲାନ୍ସନାୟକ ମନୋଜ ପଣ୍ଡାଙ୍କ ପ୍ରୟାସ । ସେ ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସ ରେ କାର୍ଯ୍ୟରତ ଅଛନ୍ତି । ଓଡିଶା ରକ୍ତ ଦାତା ମହାସଂଘର ସକ୍ରିୟ ସଦସ୍ୟ  ଅଟନ୍ତି । ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ର ଯେ କୌଣସି ସ୍ଥାନରେ ସଚେତନତା କାର୍ଯ୍ଯ ହେଲେ ସବୁଠାରେ ତାଙ୍କର ଉପସ୍ଥିତ ଦେଖିବାକୁ ମିଲିଥାଏ । କେବଳ ରକ୍ତଦାନ ନୁହେଁ ଆହୁରି ଅନେକ କାର୍ଯ୍ୟ ପାଇଁ ମଧ୍ଯ ସେ ସହରବାସୀଙ୍କର ହୃଦୟରେ ଘର କରିଛନ୍ତି । ଯୋଗ, ଆୟୁର୍ବେଦର ଔଷଧୀୟ ବୃକ୍ଷରୋପଣ ପାଇଁ ତାଙ୍କର ପ୍ରଚେଷ୍ଟା ନିହାତି ପ୍ରଶଂସନୀୟ ଏବଂ ଯୁବସମାଜ ପାଇଁ ସେ ଏକ ଉଦାହରଣ ପାଲଟିଛନ୍ତି । ସେ କଟକ, ବଲାଙ୍ଗିର, ବୁର୍ଲା ,ଛତିଶଗଡ, ସିରିଡି, କୋଲକାତା ର ବିଭିନ୍ନ ଡାକ୍ତରଖାନା ର ରୋଗୀ ମାନଙ୍କୁ ରକ୍ତ ଯୋଗାଡ କରିଛନ୍ତି । ରାଜ୍ୟରେ ଲାଗିରହିଥିବା "କରୋନା ଲକ ଡାଉନ୍ " ସମୟରେ ତାଙ୍କ ଉଦ୍ୟମରେ ୬ ଥର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ପ୍ରାୟ ୨୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ସମୟରେ କେହି ଯେମିତି ରକ୍ତ ଅଭାବରୁ ମୃତ୍ୟୁ ସମ୍ମୁଖୀନ ନହେବେ ସେନେଇ ଶ୍ରୀ ପଣ୍ଡା ଉଦ୍ୟମ ଜାରି ରଖିଛନ୍ତି । ତାଙ୍କର ଏଭଲି ଉଦ୍ୟମକୁ ଜିଲ୍ଲାବାସୀ  ଅନେକ ପ୍ରଶଂସା କରିଛନ୍ତି । 

 

0
0
0
s2sdefault