ହେଡଲାଇନସ୍:

Big Breaking : ପ୍ରଧାନମନ୍ତ୍ରୀ କଲେ ଘୋଷଣା : ମେ ୩ ପର୍ଯ୍ୟନ୍ତ ବଢ଼ିଲା ଲକ ଡାଉନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦେଶବାସୀ  ୭ଟି ପ୍ରତିଶ୍ରୁତି ପାଳିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ |

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :ଦେଶରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଘୋଷଣା | ଦେଶରେ  ଲକଡାଉନ ମେ ୩ ପର୍ଯ୍ୟନ୍ତ ବଢିବ | ହେଲେ ଗରିବ ଦିନ ମଜୁରିଆ, ଶ୍ରମିକ, କୃଷକ ମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କିଛିଟା ସର୍ତ୍ତମୂଳକ କୋହଳ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି | ଏ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ୭ଟି ପ୍ରରିଶ୍ରୁତି ମାଗିଛନ୍ତି ପ୍ରଧାନ ମନ୍ତ୍ରୀ |

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ଭାରତ ମଜଭୁତି ସହିତ ଆଗକୁ ବଢିଛି ଦେଶବାସୀଙ୍କ ତପସ୍ୟା ଓ ତ୍ୟାଗ ଯୋଗୁ | ଲୋକମାନେ କଷ୍ଟ ସହି ଦେଶକୁ ବଂଚାଇଛନ୍ତି | ଖାଈବା,ଯିବା ଆସିବା ସମସ୍ୟା ସତ୍ତ୍ୱେ ତଥା ଜୀବନଧାରଣରେ ବହୁତ ସମସ୍ୟା ସମ୍ମୁଖୀନ ହୋଇ ପ୍ରତିଟି ଭାରତୀୟ ଜଣେ ଜଣେ ଅନୁଶାସିତ ସିପାହୀ ଭଳି କାମ କରିଛନ୍ତି | ସମ୍ବିଧାନର "ଉଇ ଦି ପିପୁଲ ଅଫ ଇଣ୍ଡିଆ"ର ଯଥାର୍ଥତାକୁ ପ୍ରତିପାଦିତ କରିଛନ୍ତି ଭାରତବାସୀ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରଛନ୍ତି  | ଏ ଅବସରରେ ପ୍ରଧାନମନ୍ତ୍ରୀ ବାବା ସାହେବ ଆମ୍ବେଦକରଂକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ନୂଆ ବର୍ଷ ଅବସରରେ ସବୁ ପର୍ବ ପାଇଁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଥିଲେ |ଯେଉଁଭଳି ସଂଯମତା ପ୍ରଦର୍ଶନ କରୁଛନ୍ତି ତାହାକୁ ପ୍ତଧନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି | ସମଗ୍ର ବିଶ୍ୱ ତୁଳନାରେ ଆମେ କରୋନା ବିରୋଧୀ ଲଢେଇ ଆରମ୍ଭ କରିଥିଲା ଭାରତ, ଯେତେବେଳେ  ଗୋଟାଏ ବି କେଶ ନଥିଲା | ଯେତେବେଳେ ଦେଶରେ ମାତ୍ର ୫୫୦ କେଶ ଥିଲା, ଭାରତ ୨୧ ଦିନର ଲକ ଡାଉନ ଘୋଷଣା କରି କରୋନାକୁ ରୋକିବାର ପ୍ରୟାସ କରିଛି | ଭାରତରେ ଏବେ ୬୫୦ରୁ ଅଧିକ ହସ୍ପିଟାଲ ଓ ୧ଲକ୍ଷରୁ ଅଧିକ ଶଯ୍ୟା କେବଳ କାରନା ପାଇଁ ପ୍ରସ୍ତୁତ କରାଯାଇଛି | ଏ ଅବସରରେ ୭ଟି ପ୍ରରିଶ୍ରୁତି ମାଗିଛନ୍ତି ପ୍ରଧାନ ମନ୍ତ୍ରୀ |  ସେଗୁଡିକ ହେଲା ଘରର ବରିଷ୍ଠଙ୍କ ଯତ୍ନ, ଲକ ଡାଉନ ଓ ସାମାଜିକ ଦୂରତ୍ବର ଲକ୍ଷ୍ମଣ ରେଖା ପାଳନ, ନିଜର ଇମ୍ୟୁନିଟି ବଢାଇବାକୁ ଆୟୁଷ ମନ୍ତ୍ରଣାଳୟ ପରାମର୍ଶ ମାନିବା, ଆରୋଗ୍ୟ ସେତୁ ମୋବାଇଲ ଆପ ଡାଉନଲୋଡ଼ , ଯଥାସାଧ୍ୟ ସମ୍ଭବ ଗରିବଙ୍କ ଦେଖରେଖ  କରିବା ଓ ନିଜ ସହ କାମ କରୁଥିବା ଲୋକଙ୍କ ବା ନିଜ ସଂସ୍ଥାରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ସମ୍ମାନ ଓ କରୋନା ହୋଦ୍ଧାଙ୍କୁ ସମ୍ମାନ କରିବା ଆଦି ୭ଟି କଥାରେ ସାଥ ମାଗିଛନ୍ତି ପ୍ରଧାନମନ୍ତ୍ରୀ |

 ପ୍ରଧାନମନ୍ତ୍ରୀ ଏ ଅବସରରେ କହିଛନ୍ତି ଯେ , ଅନ୍ୟ ସମର୍ଥବାନ ଦେଶ ତୁଳନାରେ ଭାରତ ସମ୍ଭାଳି ହେବା ଭଳି ସ୍ଥିତି ଅଛି | ଅନ୍ୟ ଦେଶରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି | ଭାରତ ଠିକ ସମୟରେ କ୍ଷିପ୍ର ତଥା ସମୟଚିତ ନିଷ୍ପତ୍ତି ନ ନେଇଥିଲେ କଣ ପରିସ୍ଥିତି ହୋଇଥାନ୍ତା ତାହା ଭାବିଲେ ରୋମ ଟାଙ୍କୁରି ହୋଇଯାଇଛି | ଏ ଲଢେଇ ଆମକୁ ବହୁତ ମହଙ୍ଗା ପଡିଛି | ହେଲେ ଦେଶବାସୀଙ୍କ ଜୀବନ ଆଗରେ ତାହା କିଛି ନୁହେ | ଭାରତ ସରକାରଙ୍କ କରୋନା ବରୋଧୀ ଲଢେଇରେ ବିଭିନ୍ନ ରାଜ୍ୟ ମଧ୍ୟ ମଜଭୁତି ସହିତ ସାମିଲ ହୋଇ ଲଢେଇ ଜାରି ରଖିଛନ୍ତି | ହେଲେ କରୋନା ଯେଉଁଭଳି ବ୍ୟାପୁଛି,ଏ ଲଢେଇ କେମିତି ମଜଭୁତ ହେବ ସେଥିପାଇଁ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି | ବିଭିନ୍ନ ମହଲରୁ, ବିଭିନ୍ନ ରାଜ୍ୟ ତରଫରୁ ଆସୁଥିବା ପରାମର୍ଶ ଅନୁଯାୟୀ ଆମେ ଲକ ଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ  ବଢ଼ାଇବାକୁ ନିଷ୍ପତ୍ତି ଦେଉଛୁ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ

 

 

(ଭାଷଣରେ ଥିବା ସବିଶେଷ ସୂଚନା ପରବର୍ତ୍ତୀ ଖବରରେ) 

 

0
0
0
s2sdefault