ବରଗଡ :- ପଶ୍ଚିମ ଓଡିଶା ଯୁବା ମଞ୍ଚ , ଏହି ନା ସହିତ ପ୍ରାୟ ସମସ୍ତ ପଶ୍ଚିମ ଓଡିଶା ବସି ଅଳ୍ପ ବହୁତ ପରିଚିତ । ନିଜ ଭାଷା ଓ ସଂସ୍କୃତିକୁ ନେଇ ଦୀର୍ଘ ଦିନ ହେଲା ଏହି ଅନୁଷ୍ଠାନ ଲଢେଇ ଜାରି ରଖିଛି । ହେଲେ ଆଜି ଦେଶର ଲକଡାଉନ ଥିବା ସମୟରେ ଏହି ଅନୁଷ୍ଠାନ ର ସ୍ବେଛାସେବୀ ଭାଇ ମାନେ ବାହାରି ପଡ଼ିଛନ୍ତି ଲୋକଙ୍କ ସେବା କରିବା ପାଇଁ । ଅନୁଷ୍ଠାନର ଶତାଧିକ ସ୍ୱେଚ୍ଛାସେବୀ ପଶ୍ଚିମ ଓଡ଼ିଶାର ଆଠ ଗୋଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗରିବ, ଅସହାୟ ଭୋକିଲା ଲୋକଙ୍କୁ ଖୋଜି ଖୋଜି ତାଙ୍କ ନିକଟକୁ ପହଂଚାଉଛନ୍ତି ରନ୍ଧା ଖାଦ୍ୟ । ଲକଡାଉନ ଆରମ୍ଭ ହେବା ପରଠାରୁ ଅନୁଷ୍ଠାନ ତାର ଏହି ସେବା କାର୍ଯ୍ୟ ଅରମ୍ବ କରି ଅତୁଆବଧି ଜାରି ରଖିଛି । ଅନୁଷ୍ଠାନ ର ଆବାହକ ଶ୍ରୀ ଅଜିତ କୁମାର ପତି ଏହି କାର୍ଯକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି କହିବା ସହିତ ଏହି କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ ଓ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିବା ସହିତ ଯେଉଁମାନେ ସକ୍ଷମ ସେମାନେ ନିଜର ଆଖପାଖରେ ଥିବା ଗରିବ ନିର୍ଦ୍ଧନ ଓ ଅସହାୟ ଲୋକଙ୍କୁ ଏହି ଦୁର୍ଦିନରେ ଅନ୍ତତଃ କିଛି ଖାଦ୍ୟ ସାମଗ୍ରୀ ଦେଇ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।
ରାଜ୍ୟ
ଅସହାୟ ଙ୍କୁ ଖାଦ୍ୟ ଯୋଗାଉଛି ପଶ୍ଚିମ ଓଡିଶା ଯୁବା ମଞ୍ଚ
- Hits: 784