ହେଡଲାଇନସ୍:

ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଳିଲା ୧୦୮ ଆମ୍ବଲାନ୍ସ୍ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର )  : ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ତରଫରୁ ଆଉ ଏକ ୧୦୮ ଆମ୍ବଲାନ୍ସ ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ରୋଗୀମାନଙ୍କ ସଂଖ୍ୟାକୁ ଦେଖିଲେ ଏଠାରେ ଥିବା ଗୋଟିଏ ମାତ୍ର ୧୦୮ ଆମ୍ବଲାନ୍ସ ସବୁ ସମୟରେ ମିଳିବା ସମ୍ଭବପର ହେଉନଥିଲା । ଫଳରେ ଗରିବ ରୋଗୀ ଏବଂ ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କୁ ବହୁ ସମୟରେ ଘରୋଇ  ଗାଡ଼ି ଉପରେ ନିର୍ଭର କରିବାକୁ ପଡୁଥିଲା । ମେଡିକାଲ କର୍ମଚାରୀମାନଙ୍କ ଉପସ୍ଥିତିରେ ନୂଆ ଆମ୍ବଲାନ୍ସର ପୂଜାର୍ଚ୍ଚନା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ବଳରାମ ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ବହୁ ଦିନର ଅସୁବିଧାକୁ ବିଚାର କରି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନୂତନ ଆମ୍ବଲାନ୍ସ ଟିଏ ଯୋଗାଇ ଥିବାରୁ ଅଂଚଳବାସୀ ଧନ୍ୟବାଦ ଜଣାଇଥିଲେ । 

 

0
0
0
s2sdefault