ହେଡଲାଇନସ୍:

କରୋନା ଲଢେଇ : କୁପି ଭାଙ୍ଗି ୫,୩୮୦ ଟଙ୍କା ଦେଲେ ଛାତ୍ରୀ କୁମକୁମ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସାରା ବିଶ୍ୱ ମହାମାରୀ କରୋନା ଭୂତାଣୁ ପ୍ରକୋପରେ ଥରହର ହେଉଛି । ଭାରତରେ ମଧ୍ଯ କ୍ରମାଗତ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ଓଡିଶା ସ୍ଥିତି ବର୍ତ୍ତମାନ ସୁଦ୍ଧା ଏକ ପ୍ରକାର ଠିକ୍ ରହିଛି । ତେବେ ସମସ୍ତଙ୍କ ସହଯୋଗରେ ମହାମାରୀ କରୋନାକୁ ପରାଜିତ କରିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସରସ୍ବତୀ ଶିଶୁମନ୍ଦିର ଛାତ୍ରୀ ଶ୍ରୀ ଶେଷଦେବ ବାରିକଙ୍କ କୁନି ଝିଅ କୁମକୁମ (ସ୍ନେହା ) ବାରିକ  ତାଙ୍କର ଦୈନିକ ସଞ୍ଚୟ କରିଥିବା କୁପି ଭାଙ୍ଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି "କୋଭିଡ-୧୯" କୁ ୫ ହଜାର ୩୮୦ ଟଙ୍କା ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ମହନୀୟ କାର୍ଯ୍ୟ ଯୋଗୁଁ ଏହି ଛାତ୍ରୀ ଜଣଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

0
0
0
s2sdefault