ରୋଗୀ ନମ୍ବର ୫୩ ଲିଙ୍କ ବି ଝାରପଡା
ଭୁବନେଶ୍ୱର(ଶାସକ ପ୍ରଶାସକ) : ରୋଗୀ ନମ୍ବର ୫୦ । ବୟସ ୨୨ । ଘର ୟୁନିଟ -୪, ମଧୁସୁଦନ ନଗର, ଭୁବନେଶ୍ୱର । ସମ୍ପର୍କ ହେଉଛନ୍ତି ରୋଗୀ ନମ୍ବର ୪୧ । ଘରେ ରହୁୂଥିଲେ । ମାର୍ଚ୍ଚ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ବାଣପୁରର ବଡହାନ୍ତୁଡା ନିଜ ସମ୍ପର୍କିୟଙ୍କ ଘରକୁ ଯାଇଥିଲେ । ୨୦ ମାର୍ଚ୍ଚରୁ ୧୦ ଏପ୍ରିଲ ଭିତରେ ୟୁନିଟ ୩, ଷ୍ଟେସନ ସ୍କୋୟାର, ସତ୍ୟନଗର, ଝାରପଡାରେ ସାଙ୍ଗ ହ ସମ୍ପର୍କିୟଙ୍କ ଘରକୁ ଯାଇଥିଲେ । କଣ୍ଟାକ୍ଟ କେସ ଭାବେ ତାଙ୍କର ସାମ୍ପଲ ସଂଗ୍ରହ କରାଯାଇଥିଲା ଏବଂ ତାଙ୍କ ସାମ୍ପଲ କରୋନା ପଜିଟିଭ୍ ହୋଇଥିଲା । ତାଙ୍କୁ ୧୦ ଏପ୍ରିଲରେ କିମ୍ସ କୋବିଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ !
ସେହିପରି ରୋଗୀ ନଂ ୫୩ | ବୟସ ୪୬ ବର୍ଷ | ଲିଙ୍କ ହେଉଛି ଭୁବନେଶ୍ୱର ଝାରପଡ଼ାର ୪୨ ନଂ ରୋଗୀ | ନିଜ ଘରେ କେଶୁରା ବାଙ୍କୁଆଳରେ ମାର୍ଚ୍ଚ ୨୫ ରୁ ଏପ୍ରିଲ୍ ୩ ପର୍ଯ୍ୟନ୍ତ ଥିଲେ । ଏମସ୍ ରେ ଚିକିତ୍ସିତ ସମ୍ପର୍କୀୟ( ୪୨ ନଂ ଆକ୍ରାନ୍ତ) ଙ୍କର ଆଟେଣ୍ଟାଣ୍ଡ ଭାବେ ରହିଥିଲେ ଏପ୍ରିଲ୍ ୪ ରୁ ୬ ପର୍ଯ୍ୟନ୍ତ । ଏପ୍ରିଲ୍ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ ରହିବା ପରେ ତାଙ୍କର ଏପ୍ରିଲ୍ ୧୧ ଟେଷ୍ଟ ଜୋଇଁ ରିପୋର୍ଟ ପଜିଟିଭ୍ ବାହାରିଲା | ତାପରେ ସେ କିମସ୍ କୋଭିଡ୍ ହସ୍ପିଟାଲ୍ ରେ ସେହିଦିନ ଭର୍ତ୍ତି ହୋଇଥିଲା |