ହେଡଲାଇନସ୍:

ଏତେ ଦିନ ପରେ ଅଫ ପାଇଥିଲେ, ବିତାଇଲେ ଏମିତି 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ଼(ଶାସକ ପ୍ରଶାସକ): ଚାରିଆଡେ ଲକଡାଉନ | ଆଉ ଏହାକୁ କଡାକଡି ଭାବେ ଲାଗୁ କରିବା ପାଇଁ ପୋଲିସ କର୍ମଚାରୀମାନେ ବ୍ୟସ୍ତ | ପ୍ରାୟତଃ  ସ୍ଥାନରେ ପୋଲିସ କର୍ମଚାରୀମାନେ ଅଫ ନପାଇ କାର୍ଯ୍ୟବ୍ୟସ୍ତ ରହିଛନ୍ତି | ଲକ ଡାଉନ କାମକୁ ପରିଚାଳନା କରୁଛନ୍ତି |  ନିଜ ଘର, ପରିବାରଠାରୁ ଦୂରରେ ଦୂରରେ ରହି |  କେତେକ ସ୍ଥାନରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ସମାଲୋଚନାର ଶରବ୍ୟ ହେଉଥିବା ବେଳେ ବରଗଡର କିଛି ପୋଲିସ ଭାବେ ଏମିତି କାମ କରିଛନ୍ତି ଯାହାକୁ ଯେ କେହି ବି ପ୍ରଶଂସା ନକରି ରହି ପାରିବ ନାହିଁ | 

 ଆଜି ବରଗଡର ପୋଲିସ କର୍ମଚାରୀଙ୍କୁ ଲକଡାଉନ ଲାଗୁ  ହେବା ପରେ ପ୍ରଥମ ଅଫ | ଆଉ ବରଗଡର ୧୨ଜଣ ପୋଲିସ କର୍ମଚାରୀ ଆଜି ଅଫ କୁ ଭିନ୍ନ ଭାବେ ପାଳିଛନ୍ତି | ସେମାନେ ସେମାନଙ୍କ ସାମାଜିକ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି | ସମ୍ପ୍ରତି ଲକ ଡାଉନ ଯୋଗୁ ରାଜ୍ୟର ବିଭିନ୍ନ ରକ୍ତଭଣ୍ଡାରରେ ରକ୍ତ ସଙ୍କଟ ଦେଖା ଦେଇଥିବା ବେଳେ ଆଜିର ଅଫକୁ ରକ୍ତଦାନରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ | ଆଜି ସେମାନେ ଆଜି ରକ୍ତଦାନ କରି ସମାଜ ପ୍ରତି ସେମାନଙ୍କ ଦାୟିତ୍ୱବୋଧକୁ ପ୍ରମାଣିତ କରିଛନ୍ତ| ଏମାନଙ୍କ ଏଭଳି କାର୍ଯ୍ୟକୁ ଏସପି ବରଗଡ଼ ଟୁଇଟ କରି ସବସି ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତାହାକୁ ରିଟୁଇଟ କରିଛନ୍ତି |  

0
0
0
s2sdefault