ହେଡଲାଇନସ୍:

ଦହିତା ଅଞ୍ଚଳରେ ମଙ୍ଗଳ ଟିଭିଏସ ପକ୍ଷରୁ ଅସହାୟ ମାନଙ୍କୁ ମାକ୍ସ ବଣ୍ଟନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନାକୁ ଦମନ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନାକୁ ଦମନ ପାଇଁ ବର୍ତ୍ତମାନ ସମୟରେ ସାମାଜିକ ଦୂରତ୍ବ ତଥା ସଚେତନତା ଏକମାତ୍ର ଔଷଧ । ବିଭିନ୍ନ ସାମାଜିକ ଅନୁଷ୍ଠାନ ସରକାରଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି । କୌଣସି ବ୍ୟକ୍ତି ଯଦି ଜରୁରୀ କାମରେ ଘରୁ ବାହାରକୁ ଯାଉଛନ୍ତି ତେବେ ସେ ମୁହଁକୁ ଘୋଡେଇବା ନିତାନ୍ତ ଜରୁରୀ । ବର୍ତ୍ତମାନ ସମୟରେ ଅସହାୟ ମାନେ ମାକ୍ସ କିଣିବା ପାଇଁ ଅକ୍ଷମ । ଅସହାୟ ମାନଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ପାଇକମାଲର ମଙ୍ଗଳ ଟିଭିଏସର ମାଲିକ ସୁମିତ ଅଗ୍ରୱାଲ । ସୁମିତ ଅଗ୍ରୱାଲଙ୍କ ସହଯୋଗ କ୍ରମେ ପଦ୍ମପୁର ହନୁମାନ ପଡାର ଅନୁପମା ପ୍ରଧାନ,ସିମା ମଲ୍ଲିକ, ରୀନା ମଲ୍ଲିକ ଓ ରିଙ୍କୁ ମଲ୍ଲିକ ବିନା ପାରିଶ୍ରମିକରେ ମାକ୍ସ ତିଆରି କରୁଛନ୍ତି । ଆଜି ଦହିତା ଅଞ୍ଚଳରେ ସାପ୍ତାହିକ ବଜାର ଥିଲା ତେଣୁ ଦହିତା ଅଞ୍ଚଳର ଅସହାୟ ମାନଙ୍କୁ ମକ୍ସ ବଣ୍ଟନ କରାଯିବା ସହ ସଚେତନ ମଧ୍ୟ କରା ଯାଇଛି । ଏହି ମାକ୍ସ ବଣ୍ଟନ ଓ ସଚେତନତା କାର୍ଯ୍ୟକୁ ଦହିତା ଅଞ୍ଚଳର ସମାଜସେବୀ ମାନେ ସହଯୋଗ କରିଥିଲେ ।

 

0
0
0
s2sdefault