ହେଡଲାଇନସ୍:

ଗୁମ୍ମା ଗ୍ରାମରେ ଜୀବାଣୁ ମୁକ୍ତ ବିଶୋଧନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଲକ-ଡାଉନ୍ ପାଳନ କରି ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର,ପ୍ରଶାସନ ଓ ପୋଲିସ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । 

ଏହି ପରିପ୍ରେକ୍ଷୀରେ  ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ନଟବର ଗରଡ଼ା, ସେରଙ୍ଗ ଥାନା ଅଧିକାରୀ ପି .ସ୍ୱରୂପ କିଷାନ ଓ ବ୍ଲକ ଅଗ୍ନିଶମ ଅଧିକାରୀ ରାମ ସେଠି ପ୍ରମୁଖ ଗୁମ୍ମା ଗ୍ରାମକୁ ଜୀବାଣୁ ମୁକ୍ତ ଗ୍ରାମ କରିବା ପାଇଁ ବିଶୋଧନ କରାଯିବା ନେଇ ବିସ୍ତୃତ ଆଲୋଚନା କରିଥିଲେ ।

 ସେହି ଆଲୋଚନାର ନିଷ୍ପତ୍ତି ପ୍ରକାରେ  ଗୁମ୍ମା ଗ୍ରାମର ଜନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ ମିଶ୍ରଣର ବ୍ୟବହାର କରାଯାଇ ବିଶୁଦ୍ଧିକରଣ ଆରମ୍ଭ କରାଯାଇଛି ।  ଏହି ବିଶୋଧନ ତଥା ସିଞ୍ଚନ କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ ଦ୍ୱାରା ଗୁମ୍ମା ଗୋଷ୍ଠି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ ,  ମୁଖ୍ୟ ବଜାର ଆଦି ବିଭିନ୍ନ ସ୍ଥାନରେ ବିଶୁଦ୍ଧିକରଣ କରଯାଇଛି ।

 ଏହି ବିଶୋଧନ କାର୍ଯ୍ୟକ୍ରମରେ ଗୁମ୍ମା ଅଗ୍ନିଶମ ବିଭାଗ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ବ୍ଲକ ଅଗ୍ନିଶମ ଅଧିକାରୀ ରାମ ସେଠିଙ୍କ ସୂଚନା ଅନୁଯାୟୀ  ୧୦୦ଲିଟର ପାଣିରେ ଗୋଟିଏ ଲିଟର ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ କେମିକାଲ୍ ମିଶାଇ ବିଶୋଧନ କରାଯାଉଛି ଏବଂ ଆଗାମୀ ଦିନରେ ଗୁମ୍ମା ବ୍ଲକ ର ବିଭିନ୍ନ ପଞ୍ଚାୟତ ଗୁଡିକରେ ବିଶୁଦ୍ଧିକରଣ କରାଯିବ ବୋଲି ଜଣାଇଛନ୍ତି।

0
0
0
s2sdefault