ହେଡଲାଇନସ୍:

ଉତ୍କଳ ଦିବସ ସମାରୋହ ସମିତି ପକ୍ଷରୁ ‘ଉତ୍କଳ  ଦିବସ’ ପାଳିତ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

01--4-18-utkal-dibash.jpg - 972.65 kB

 ବ୍ୟାସନଗରରୁ ବିଶ୍ୱଜିତ ମାଝି: ବ୍ୟାସନଗର ସ୍ଥିତ ଉତ୍କଳ ଦିବସ ସମାରୋହ ସମିତି ପକ୍ଷରୁ ରବିବାର ପୂର୍ବାହ୍ଣରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ‘ଉକ୍ରଳ ଦିସବ’ ପାଳିତ ହୋଇଛି । ଏହି ଅବସିରେ ସମିତିର ଉପଦେଷ୍ଟା ଡାକ୍ତର ହେମନ୍ତକିଶୋର ସାହୁଙ୍କ ସଭାପତିତ୍ୱରେ‘ସମୃଦ୍ଧ ଓଡ଼ିଶା ଓ ଆମର ଦାୟିତ୍ୱ’ ଅନୁଷ୍ଠିତ  ଆଲୋଚନା ଚକ୍ରକୁ ସଂପାଦିକା ବ୍ରଜେଶ୍ୱରୀ ସିଂହ ପରିଚାଳନା କରିଥିଲେ । ମୁଖ୍ୟଅତିଥିଭାବେ ବ୍ୟାସନଗର ପୌରାଧକ୍ଷା ସବିତା ରାଉତ ଯୋଗଦେଇ ‘ଉକ୍ରଳ ଦିବସ’ ସଂପର୍କରେ  ଅନେକ ତପôର୍ଯ୍ୟପୂର୍ଣ୍ଣ ମତାମତ ଉପସ୍ଥାପନା କରିଥିଲେ । ସମ୍ମାନ୍ନିତ ଅତିଥିଭାବେ ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡା ଯୋଗଦେଇ ଏହି ଦବସ ପାଳନ ନିମନ୍ତେ ପୌରପରିଷଦରୁ ଅର୍ଥ ଅନୁମୋଦିତ ହୋଇ ଏହାକୁ ବ୍ୟାପକଭାବେ ପାଳନକରିବାକୁ ମତବ୍ୟକ୍ତ ପରିଥିଲେ । ଅନ୍ୟତମଅତିଥିଭାବେ ଇନ୍ଦିରା ଗାନ୍ଧି ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତକୁମାର ରାଉତ ଯୋଗଦେଇଥିଲା ବେଳେ ବକ୍ତଭାବେ  ବ୍ୟାସନଗର ସ୍ୱାୟଂଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ସୁବାସକୁମାର ବାରିକ ଯୋଗଦେଇ ଉତ୍କଳ  ‘ସମୃଦ୍ଧ ଓଡ଼ିଶା ଓ ଆମର ଦାୟିତ୍ୱ ଉପରେ ‘ବିଶଦଭାବେ ଆଲୋଚନା କରିଥିଲେ । ସଭାପ୍ରାରମ୍ଭରେ ମଧୁବାବୁଙ୍କ  ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାକ କରାଯିବା ପରେ ସମୂହଭାବେ ‘ବନ୍ଦେ  ଉତ୍କଳ  ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା । ଏହିଅବସରେ ଶିଶୁକଳାକାର ଚନ୍ଦନ ଦାସଙ୍କ ଦ୍ୱାରା ଦେଶାତ୍ମ ବୋଧକ ଶାସ୍ତ୍ରୀୟ ନୃତ୍ୟ ପରିବେଶଣ କରାଯାଇଥିଲା । ସଭାରେ ମହେଶ୍ୱର ବଳ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସଙ୍ଗଠନ ସଂପାଦକ ଜ୍ଞାନରଞ୍ଜନ ରାଉତ ଅତିଥବ ପରିଚୟ ଦେଇଥିଲେ । ଆଲୋଚନାରେ ଅନ୍ୟାମନଙ୍କ ମଧ୍ୟରେ ଅଡଭୋକେଟ ଚନ୍ଦ୍ରଶେଖ ପଣ୍ଡା, ପ୍ରଫ୍ଲଲଚନ୍ଦ୍ର ନାୟକ, ଚନ୍ଦ୍ରମଣି ପାତ୍ର, ଡକ୍ଟର ଶରତ ରାୟ, ପ୍ରମୋଦକୁମାର ଶତପଥୀ, ମଦନମୋହନ କର, ଡକ୍ଟର ପ୍ରଜ୍ଞାପାରମିତ ମହାପାତ୍ର, ବିଶ୍ୱବନ୍ଦିତା ମହାପାତ୍ର, ବିକାଶ ଦାସ, ଗୋକୁଳାନନ୍ଦ ମହାନ୍ତି, ନିର୍ମଳଚନ୍ଦ୍ର ରାଉତ, ଦେବସ୍ମିତା ସାହୁ, ଦାମୋଦର ପଣ୍ଡା, ଅଧ୍ୟାପକ ମଳୟକୁମାର ମଲ୍ଲିକ, ଇଂ ନନ୍ଦ ମହାନ୍ତି, ପଦ୍ମନାମ ସ୍ୱାଇଁ, ମଧୁସୂଦନ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।  ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ  କୃତି ପ୍ରତିଯୋଗୀ ସ୍ୱତୀଲଗ୍ନା ନାୟକ, ସତ୍ୟଭାମା ମହାନ୍ତ, ବର୍ଷାରଣୀ ମହାନ୍ତ, ମୋନାଲି ପଣ୍ଡା, ଶୋତାଲିନ ଓଝା, ସ୍ମୃିରେଖା ବିଶ୍ୱା ଓ ଚନ୍ଦନ ଦାସଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ଶେଷରେ ସଭ୍ୟା ଦେବସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।  

 

0
0
0
s2sdefault