ହେଡଲାଇନସ୍:

 ସତ୍ୟନଗରର କିଛି ଅଂଚଲ ସିଲ, ଏବେ କଣ୍ଟନମେଣ୍ଟ ଜୋନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ ) କୋବିଦ ୧୯ର ସଂକ୍ରମଣକୁ ପ୍ରତିହତ କରିବା ପାଇଁ  ଭୁବନେଶ୍ୱର ସତ୍ୟନଗର ଅଂଚଳର କିଛି ସ୍ଥାନକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ | ଏ ବାବଦରେ ବିଏମସି ଜାରି କରିଛି ବିଜ୍ଞପ୍ତି | ସେ ଅଂଚଳ ହେଲେ ବିଗ ବଜାର ରାସ୍ତାର ଉତ୍ତରକୁ ଥିବା ଅଂଚଳ ଯଥା ସତ୍ୟନଗର ଛକରୁ କାଳୀମନ୍ଦିର ଛକ, କାଳୀମନ୍ଦିରରୁ ପାତାଞ୍ଜଳୀ ଷ୍ଟୋର, ପାତାଞ୍ଜଳୀ ଷ୍ଟୋରରୁ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କଲୋନୀ, ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କଲୋନୀରୁ ମିସନାରୀ ଅଫ ଚାରିଟି ଓ ଆକ୍ସିସ ବ୍ୟାଙ୍କ ଦେଇ ସତ୍ୟନଗର ଛକ | ସେହିପରି ବିଗ୍ବଜାର ରୋଡ଼ ଦକ୍ଷିଣକୁ ଥିବା ପିଡ଼ବ୍ଲ୍ୟୁଡି ଡିଭିଜନ-୩  କଲୋନୀ ଓ କ୍ୱାର୍ଟର ଅଂଚଳ ମଧ୍ୟ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି | ଏହି ଅଂଚଳରେ ଥିବା ଲୋକ ବାହାରକୁ ଯିବା ବା ବାହାରୁ ଏ ଅଂଚଳକୁ କୌଣସି ଲୋକ ଆସିବା ବାରଣ କରାଯାଇଛି | ଏ ଅଂଚଳରେ ଥିବା ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିବ | ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ବିଏମସି ଦ୍ୱାରା ଗଠିତ ଟିମ ଯୋଗାଣ କରାଇବ | ବିଏମ୍ସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସତ୍ୟନଗରରୁ ଏକାଧିକ କରୋନା ପଜିଟିଭ ବାହାରିଥିବା କାରଣରୁ ଏହି କଣ୍ଟନମେଣ୍ଟ ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି | ହେଲେ ଆଜି ପର୍ଯ୍ୟନ୍ତ ୪୨ ଜଣ କରୋନା ପଜିଟିଭ କୁହାଯାଇଥିବାବା ବେଳେ ସେମାନଙ୍କ ଭିତରେ ସତ୍ୟନଗରରୁ କରୋନା ପଜିଟିଭ ବାହାରିଥିବା କୁହାଯାଇନି | ହେଲେ ସତ୍ୟନଗରରୁ କରୋନା ପଜିଟିଭ ବାହାରିଥିବା ବିଏମସି ପାଖରେ ପାଖରେ ତଥ୍ୟ ଅଛି ମାନେ ବୋଧ ହୁଏ ସରକାର ଆଭାସ କିଛି ପାଈଥିବେ ! ନଚେତ ଏହା ଟାଇପ ଏରର ହୋଇଥାଇପାରେ |  ଏମିତି କୌଣସି ଅଂଚଳକୁ ଜିଲ୍ଲା ପ୍ରଶାସନ ପ୍ରତିଷେଧକ ବ୍ୟବସ୍ଥା ଭାବେ ଯେ କୌଣସି ଅଂଚଳକୁ କଣ୍ଟନମେଣ୍ଟ ଏରିଆ ଭାବେ ଘୋଷଣା କରିପାରିବେ ବୋଲି କ୍ଷମତା ନ୍ୟସ୍ତ କରାଯାଇଛି |   

    

 

0
0
0
s2sdefault