ହେଡଲାଇନସ୍:

ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ୬ଷ୍ଠ  ସନ୍ଧ୍ୟା: ପିତୃସତ୍ୟ ପାଳନାର୍ଥେ ବନବାସରେ ଗଲେ ରଘୁନନ୍ଦନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗା(ଶ୍ରୀକାନ୍ତ ମିଶ୍ର)  : ଓଡଗାଁ ଶ୍ରୀରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରାର ୬ଷ୍ଠ  ସନ୍ଧ୍ୟାରେ ପ୍ରଭୁଙ୍କ ବନବାସ ବେଶ ଥିଲା ଅତ୍ୟନ୍ତ ମନୋରମ ।  ଅଯୋଧ୍ୟାର ରାଜା ଦଶରଥ ନନ୍ଦନ ଶ୍ରୀରାମ ପିତୃସତ୍ୟ ପାଳନ କରିବାକୁ ରାଜ୍ୟ ଏବଂ ରାଜ-ସିଂହାସନକୁ ତୁଚ୍ଛକରି ରାତି ପାହିବା ବେଳକୁ ବନବାସରେ ବାହାରିଯାଇଥିଲେ । ସତ ବାରଣ ଓ ଅନୁରୋଧ  ସତ୍ୱେ ଅନୁଜ ଲକ୍ଷ୍ମଣ ପତ୍ନୀ ସୀତା ଶ୍ରୀରାମଙ୍କ ସଙ୍ଗରେ ଯାଇଥିଲେ ।  ଏହାରି ଉପରେ ଆଧାରିତ ହୋଇଥିଲା ପ୍ରଭୁଙ୍କ ବେଶ | ପାଳିଆ ପଣ୍ଡା ପ୍ରଦ୍ୱୀପ୍ତ ବାହିନିପତୀ ପୂଜକ ପରିଷଦ ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଦ୍ୱାରା ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ପରିଚାଳିତ ହୋଇଥିଲା ।

0
0
0
s2sdefault