ହେଡଲାଇନସ୍:

''ଦେଖ୍ ସୁନ୍ଦରୀ ପଲାସ ଫୁଲ...........''

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସ ନଥିଲେବି ପଳାସ ଫୁଳ ଦେଖିବାକୁ ଯେତିକି ମନୋରମ ସେତିକି ହୃଦୟସ୍ପର୍ଶୀ ।

ଉପସ୍ଥାପନା - ବୀରମହାରାଜପୁର ପ୍ରତିନିଧି ବିନୋଦ ପାଣ୍ଡେ

 ଋତୁ ରାଜା ଆଗମନରେ ଚାରିଆଡ଼େ ଦେଖିବାକୁ ମିଳୁଛି ପଲାସ ଫୁଲ । ଗଛରେ ଫୁଟିଛି ପେନ୍ଥା ପେନ୍ଥା ପଳାସ ଫୁଲ ଆଉ ଏହି ଫୁଲ ପୁରା ପରିବେଶକୁ ରଙ୍ଗୀନ କରି ଦେଇଛି । ବାସ ନଥିଲେ ବି ପଳାସ ଫୁଲ ଦେଖିବାକୁ ଯେତିକି ମନୋରମ ସେତିକି ହୃଦୟସ୍ପର୍ଶୀ । ପେନ୍ଥା ପେନ୍ଥା ପଳାସ ଫୁଲ ଯୋଗୁଁ ଏବେ ଏଭଲି ରଙ୍ଗିନ ଓ ମନୋଲୋଭା ପରିବେଶ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ।

ଚଇତର ପତ୍ର ଝଡା ସମୟରେ ପ୍ରକୃତି ଖାଁ ଖାଁ ଲାଗୁଥିବା ବେଳେ ପଳାସ ଫୁଲର ସୌନ୍ଦର୍ଯ୍ୟରେ ପ୍ରତିଟି ପ୍ରାଣ ପୁଲକିତ ହୁଏ ।ଜୀବନରେ ଭରିଯାଏ ଉଲ୍ଲାସ । ସଞ୍ଜ ହେଉ କି ସୁରୁଜ ଉଇ ଆସିଲାବେଳେ ପଳାସ ଫୁଲର ମନଲୋଭା ରୂପ ଦେଖି ବାଟୋଇ ଠିଆ ହୁଏ କିଛି ସମୟ ପାଇଁ । ଏଇ ପଳାଶ ଫୁଲ ଓଡିଶା ପଶ୍ଚିମାଞ୍ଚଳରେ ବେଶ୍ ଉପଲବ୍ଧ । ପ୍ରାକୃତିକ ରଙ୍ଗ ଭାବେ ଏହି ଫୁଲର ବ୍ୟାପକ ବଜାର ଅଛି ।ତଥାପି ଏହା ଅଲୋଡା ହୋଇ ରହିଛି । ଫି ବଛର ଆଦର ନପାଇ ଚଇତର ଝରା ପତ୍ର ସାଥିରେ ଉଡି ଯାଉଚି ଶହ ଶହ ପଳାଶ ଫୁଲ । ପରମ୍ପରାରେ ପଳାଶ ଫୁଳ - ଚୈତ ମାସରେ ଏହାର ଆଦର କାହିଁକି କଣ । ଏହି ଫୁଲର ବାସ ନାହିଁ ସତ ଅଥଚ ଏହା ମା' ମଙ୍ଗଳାଙ୍କ ପ୍ରିୟ । ଚୈତ୍ର ମଙ୍ଗଳବାରରେ ମଙ୍ଗଳାଙ୍କ ପୂଜାରେ ଏହି ଫୁଲ ବ୍ୟବହାର ହୁଏ । ପୁଣି ଦଣ୍ଡ ଯାତ୍ରାର ପୂଜାବିଧିରେ ଏହାର ବହୁଳ ବ୍ୟବହାର ବହୁଦିନରୁ ପ୍ରଚଲିତ । ତନ୍ତ୍ର ପରମ୍ପରାରେ ମଧ୍ୟ  ପଳାଶ ଫୁଲର ବହୁବିଧ ପ୍ରୟୋଗ ରହିଛି । ପଶ୍ଚିମ ଓଡିଶାର ଅନେକ ଜାଗାରେ ଚଇତ୍ର ମାସରେ ମଙ୍ଗଳବାରରେ ପଳାଶ ଫୁଲର ଧନୁ ଧରି ପାଟମଙ୍ଗଲା ପୂଜା ଘେନିବାକୁ ବୁଲି ବାହାରନ୍ତି ଗାଁ ଗାଁ । କାଳେ କାଳେ ପଳାଶ ଫୁଲର ଶୋଭା କବି ମନକୁ ବିଭୋର କରିଛି, ଭାବୁକ କରିଛି କବି ପ୍ରାଣ ।

ଓଡିଆ ସାହିତ୍ୟ ପରମ୍ପରାରେ ଏହାର ବହୁଳ ବର୍ଣ୍ଣନା ରହିଛି ।ଓଡ଼ିଆ କବିତାରେ କେତେବେଳେ ଏହା ପାଲଟିଛି ଉପମା, ପ୍ରତୀକ ଓ ଚିତ୍ରକଳ୍ପ । ପ୍ରାଚୀନ ଲୋକ ସାହିତ୍ୟରେ ବି ପଳାଶ ଫୁଲକୁ ନେଇ ଅନେକ ଛନ୍ଦ, କବିତା, ଗୀତ, ଢଗ ଓ ବଲାଣୀ ରହିଛି । "ଦେଖ ସୁନ୍ଦରୀ ଫଲଶା ଫୁଲ" ....ଢଗ ପଶ୍ଚିମ ଓଡିଶାରେ ବହୁ ପ୍ରଚଲିତ । ଲୋକ ବିଶ୍ୱାସ -  ଶ୍ଵେତପଳାଶ ଅଛି କି ନାହିଁ କାହାକୁ ଜଣାନାହିଁ । ହେଲେ ଏବେ ବି ଲୋକ ବିଶ୍ୱାସ ରହିଛି , ଶ୍ବେତ ପଳାଶ ଦୁର୍ମୁଲ୍ୟ  । ଏଥିପାଇଁ ପଶ୍ଚିମ ଓଡିଶାର ଅନେକ ଲୋକ ପଳାଶ ଫୁଲ ଋତୁରେ ବାଉଳା ହୋଇ ଖୋଜି ବୁଲନ୍ତି ଧଳା ପଳାଶ ଫୁଲ । ଏହା ପ୍ରାପ୍ତ ହେଲେ କୁଆଡେ ସକାଳ ଦୁଃଖ ଓ ଶୋକ  ଲାଘବ ହୁଏ  ବୋଲି କିଛି ଲୋକଙ୍କ ଭିତରେ ଅପ୍ରମାଣ୍ୟ ବିଶ୍ୱାସ ରହିଛି । ଆଉ ଏହି ଅନ୍ଧ ବା ଅପ୍ରମାଣ୍ୟ  ଏହି ଶ୍ବେତ ପଳାଶ ପାଇଁ ଫି ବଛର ବହୁ ଲୋକ ଠକାମିର ପଡି ସର୍ବସ୍ବାନ୍ତ ହେଉଛନ୍ତି । ହେଲେ ଏହାକୁ ନେଇ ଲୋକ ବିଶ୍ୱାସ ଜୀବନ୍ତ ରହିଛି ।

 

0
0
0
s2sdefault