ହେଡଲାଇନସ୍:

କେରଳରେ ଫସିଛନ୍ତି ପୋଲସରା ଅଂଚଳର ୨୦ରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ଓ ପୋଲସରା ବ୍ଲକ ଏବଂ ଏନଏସିର ୨୦ରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ କେରଳରେ ଫସି ରହିଥିବା ବେଳେ ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାକୁ ନିବେଦନ କରିଛନ୍ତି।

ଇଣ୍ଡିଆ ସ୍ବେଚ୍ଛାସେବୀ ସଂଗଠନର ନିର୍ଦ୍ଦେଶକ ତଥା ବରିଷ୍ଠ ସାମ୍ବାଦିକ ଡ଼ଃ କୁମୁଦ ଚନ୍ଦ୍ର ବେହେରା ବୁଗୁଡା ପ୍ରେସ କ୍ଲବ ସଂପାଦକ ଅନିଲ କୁମାର ମହାରଣାଙ୍କୁ ଜଣାଇବା ପରେ ଶ୍ରୀ ମହାରଣା କେରଳର କୋଜିକଟ ଜିଲ୍ଲାର କଉର ମେଡିକାଲ କଲେଜ ନିକଟରେ ଫସି ରହିଥିବା ଓଡ଼ିଆ ଶ୍ରମିକମାନଙ୍କ ମଧ୍ୟରୁ ବୁଗୁଡା ବ୍ଲକର ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମର ଅରୁଣ ସାହୁଙ୍କ ଫୋନ ନମ୍ବର ୯୭୪୫୪୦୭୧୩୦ କୁ ଫୋନକରି  କଥାବାର୍ତ୍ତା ହେବା ସମୟରେ ଅରୁଣ ସେମାନଙ୍କ ଅବସ୍ଥା ବିଷୟରେ କହିଥିଲେ।ସମସ୍ତ ବିଷୟ ଜାଣିବା ପରେ ଶ୍ରୀ ମହାରଣା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରାଇଥିଲେ। 

 

0
0
0
s2sdefault