ହେଡଲାଇନସ୍:

ସ୍ୱଚ୍ଛ ସୁନ୍ଦର ଆମ କେନ୍ଦୁଝର'ର ସଂକଳ୍ପ ସହ ବିଶ୍ୱ ଶୌଚାଳୟ ଦିବସ ଅଭିଯାନର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା ୧୦/୧୨- କେନ୍ଦୁଝର ଜିଲ୍ଲାରେ ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ, ଓଡ଼ିଶା ସରକାର ଅଧୀନରେ ଥିବା ଜିଲ୍ଲା ଜଳ ଓ ପରିମଳ ମିଶନ (DWSM) ପକ୍ଷରୁ ଆୟୋଜିତ 'ବିଶ୍ୱ ଶୌଚାଳୟ ଦିବସ-୨୦୨୫' ଅଭିଯାନ ଆଜି ସଫଳତାର ସହ ଉଦ୍‌ଯାପିତ ହୋଇଛି। ନଭେମ୍ବର ୧୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନର ଜିଲ୍ଲା ସ୍ତରୀୟ ଉଦ୍‌ଯାପନୀ ସମାରୋହ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରଥିବାରେ ଦରବାର ହଲ୍‌ରେ ଅନୁଷ୍ଠିତ ହୋଇଥିଲା।ଏହି ସମୟ ମଧ୍ୟରେ ଜିଲ୍ଲାର ମୋଟ ୧୩ଟି ବ୍ଲକର ଗ୍ରାମଗୁଡ଼ିକରେ ପରିମଳ ଓ ସ୍ୱଚ୍ଛତା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୫୮୯ଟି ଗ୍ରାମ ମଧ୍ୟରୁ ୩୮୪ଟି ଗ୍ରାମ ପରିମଳ କ୍ଷେତ୍ରରେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିଥିବାର ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ଏବଂ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଅଧିକ କାର୍ଯ୍ୟକ୍ଷମ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସୁବିଧା ଶୌଚାଳୟ ନିର୍ମାଣ ଉପରେ ଗୁରୁତ୍ୱ ଦେବା ଦିଗରେ ନିଷ୍ପତ୍ତି ନିଆଯାଇଥିଲା। ଶୌଚାଳୟ ନିର୍ମାଣ ଓ ବ୍ୟବହାର, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିନଥିବା ପଞ୍ଚାୟତ ଗୁଡ଼ିକୁ ସେମାନଙ୍କର ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଅବଶିଷ୍ଟ କାର୍ଯ୍ୟ ଶେଷ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉଦ୍‌ଯାପନୀ ସମାରୋହରେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକରେ ଜଳ ଓ ପରିମଳର ଗୁରୁତ୍ୱ ଏବଂ ଏହି କ୍ଷେତ୍ରରେ ଜିଲ୍ଲାର ସଫଳତା ଉପରେ ଆଲୋକପାତ କରାଯାଇଥିଲା । ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଅଭିଯାନରେ ସାମିଲ ହୋଇଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ସଫଳତାର ସହ ପହଞ୍ଚିଥିବା ୩ଟି ପଞ୍ଚାୟତ କମ୍ୟୁନିଟି ସେଣ୍ଟର କମ୍ପ୍ଲେକ୍ସ (Community Centre Complex) କୁ ଉନ୍ନତ ପରିମଳ ବ୍ୟବସ୍ଥା ପାଇଁ ଓ ୫ ପଞ୍ଚାୟତକୁ ବ୍ୟକ୍ତିଗତ ଶୌଚାଳୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲ। ଏଥିସହ ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟ ଲକ୍ଷ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥଲା। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭାଗୀୟ ମୁଖ୍ୟ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ ସମ୍ପୃକ୍ତ ସମସ୍ତ ପଦାଧିକାରୀ ଯୋଗଦେଇଥିଲେ।

0
0
0
s2sdefault