ହେଡଲାଇନସ୍:

ଆଦିତ୍ୟ ଆଲୁମିନା ରିଫାଇନେରୀ ଦ୍ୱାରା ଶିଶୁ ଉତ୍ସବ ଆୟୋଜିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ - ଶିଶୁମାନଙ୍କ ମଧ୍ୟରେ ସୃଜନଶୀଳତା, ଅନୁଭବାଧାରିତ ଶିକ୍ଷା ତଥା କୌଶଳ ଭିତ୍ତିକ ପ୍ରଶିକ୍ଷଣ ପ୍ରୋତ୍ସାହିତ କରିବା ଉଦେଶ୍ୟ ନେଇ ଆଦିତ୍ୟ ଆଲୁମିନା ରିଫାଇନେରୀ (ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍– ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ ୟୁନିଟ୍‌) ପକ୍ଷରୁ ସ୍ଥାନୀୟ ପୋଡ଼ାପାଡି ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଶିଶୁ ଉତ୍ସବ ଆୟୋଜିତ ହୋଇଯାଇଅଛି। ପର୍ଶ୍ବସ୍ଥ ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଦିନିକିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ୭୦୦ରୁ ଉର୍ଦ୍ଧ୍ବ ଶିଶୁ ଯୋଗ ଦେଇ ଶିକ୍ଷା, ସୃଜନ ଓ ଅଭିଜ୍ଞାନମୂଳକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଆଦିତ୍ୟ ଅଲୁମିନା ରିଫାଇନେରୀ ୟୁନିଟ୍ ମୁଖ୍ୟ ଓ ଅଧ୍ୟକ୍ଷ ଶ୍ରୀ ମଜହର ବେଗ୍ ଅଧିକାରୀ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ମଜହର ବେଗ୍ କହିଥିଲେ ଯେ, ଶିଶୁମାନେ ସମାଜର ଆଗାମୀ ଭବିଷ୍ୟତ । ସେମାନଙ୍କ ଶିକ୍ଷା, ସୃଜନଶୀଳତା ଏବଂ ସମଗ୍ରିକ ଉନ୍ନୟନ ପାଇଁ ଉପଯୁକ୍ତ ମଞ୍ଚ ସୃଷ୍ଟି କରିବା ଆମର ଦାୟିତ୍ୱ। ଏହି ଉତ୍ସବ ମାଧ୍ୟମରେ ପ୍ରତ୍ୟେକ ଶିଶୁର ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପ୍ରୟାସ, ଓ ସେମାନଙ୍କ ଉନ୍ନତ ଭବିଷ୍ୟତ ଗଢିବାରେ ଆମେ ଅଂଶୀଦାର ହେବାରେ ଗର୍ବିତ ବୋଲି ଶ୍ରୀ ବେଗ ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ପବିତ୍ର ନାୟକ ଅତିରିକ୍ତ ବ୍ଲକ ଅଧିକାରୀ କଶିପୁର; ଶ୍ରୀମତୀ ପଦ୍ମିନୀ ପୁଜାରୀ, ପୋଡପାଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସମେତ ଶ୍ରୀ ରମେଶ୍ ଦୁବାଡା, ନିର୍ମାଣ ମୁଖ୍ୟ; ଶ୍ରୀ ବସୁଦେବ ଖୁନ୍ଟିଆ, ଏଫ୍ ଆଣ୍ଡ ସି ମୁଖ୍ୟ; ଶ୍ରୀ ଦୀପକ ମହାନ୍ତି – ମାନବ ସମ୍ବଳ, ଆଇଆର, ଆର୍ଆର୍, ସିଏସଆର୍ ଓ ଓଏଚସି ମୁଖ୍ୟ; ଶ୍ରୀ ତନ୍ମୟ ମହାନ୍ତି – ପ୍ରକଳ୍ପ ପରିଚାଳକ, ସିଏସଆର୍, ଆର୍ ଓ ଆର୍, ଏସଏମସି ଅଧ୍ୟକ୍ଷ; ଶ୍ରୀ ଅର୍ଜୁନ ଝୋଡିଆ, ପୂର୍ବତନ ଏସଏମସି ଅଧ୍ୟକ୍ଷ; ଶ୍ରୀ ବିଜୟ ରତ୍ନ ଚୌଧୁରୀ, ଶ୍ରୀ ରାମକାନ୍ତ ମହାନ୍ତି ଓ ଶ୍ରୀ ରାଜେନ୍ଦ୍ର ଦୁରିଆ ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ୬ଟି ଶିକ୍ଷାମୂଳକ ଷ୍ଟଲ୍, କଳା, ବିଜ୍ଞାନ, ଗଣିତ, ପରିବେଶ, ଯୋଗ ଓ ସ୍ୱାସ୍ଥ୍ୟ, ଏବଂ ଶିକ୍ଷଣ ଭିତ୍ତିକ ସାମଗ୍ରୀ ତଥା ଶିଶୁମାନଙ୍କୁ ନୂଆ ଧାରଣା ଅନ୍ୱେଷଣ, କୌଶଳ ବିକାଶ ଏବଂ ପ୍ରତିଭା ପ୍ରଦର୍ଶନ ହୋଇଥିଲା। ଉକ୍ତ ଉତ୍ସବରେ ଆକର୍ଷଣୀୟ ବିଷୟବସ୍ତୁ “ଡମି ଡଲ୍ସ୍ ଓ ଫୁଡ୍ କୋର୍ଟ୍” ପ୍ରଦର୍ଶିତ ହୋଇଥିଲା। ଯାହା ଶିଶୁମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଏବଂ ଉତ୍ସାହ ସୃଷ୍ଟି କରିଥିଲା। ଏହି ଅବସରରେ ଶିଶୁମାନଙ୍କୁ ସମ୍ମାନିତ ପାଇଁ ବିଭିନ୍ନ ପୁରସ୍କାର ଓ ସର୍ଟିଫିକେଟ୍ ବିତରଣ କରାଯାଇଅଛି। ଏହି ଉପଲକ୍ଷେ ସ୍ଥାନୀୟ ଗ୍ରାମବାସୀ, ଶିକ୍ଷକ, ବିଦ୍ୟାଳୟ ପ୍ରଶାସନ ଏବଂ ଶିଶୁମାନଙ୍କ ସକ୍ରିୟ ଯୋଗଦାନରେ ଏହି ଶିଶୁ ଉତ୍ସବ ସଫଳ ଏବଂ ସ୍ମରଣୀୟ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଶିଶୁମାନେ ଏହାକୁ ଭରପୁର ଉପଭୋଗ କରିଥିଲେ।

0
0
0
s2sdefault