ହେଡଲାଇନସ୍:

ଆଗେ ଭଲକି ହାତ ଧୁଅ, ତାପରେ ଆମ ଗାଁରେ ପଶିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଁ ଭିତରେ ବାଇକ୍ , ଚାରିଚକିଆ ଯାନ ଚଳାଚଳ ବନ୍ଦ କଲେ ଗ୍ରାମର ଯୁବକ 

 ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  : କରୋନା ମହାମାରୀ କୁ ନେଇ ଗାଁଗାଁରେ ଏବେ ଆତଙ୍କ ସ୍ଥିତି I କରୋନା ସଂକ୍ରମଣ ରେ ରକ୍ଷା ପାଇବା ପାଇଁ କୌଣସି ଔଷଧ ନାହିଁ I ଏଭଳି ସ୍ଥିତି ରେ ସାଧାରଣ ସ୍ୱାସ୍ଥ୍ୟ ସେବାରୁ ବହୁଦୁରରେ ଥିବା ଗ୍ରାମବାସୀ ମାନେ ସଚେତନତା ହିଁ ପ୍ରତିଷେଧକ ବୋଲି ବିଚାର କରିବା ଆରମ୍ଭ କିଦେଇଛନ୍ତି I ସାମାଜିକ ଦୁରତା ବଜାୟୀ ରଖିବା କଷ୍ଟକର ହୋଇପଡୁଥିବାରୁ ଏବେ ଗାଁଗାଁ ରେ ଲୋକ ନାକାବନ୍ଦୀ କରିବା ଆରମ୍ଭ କରିଦେଇଛନ୍ତି I ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ମହୁଲ ମୁଣ୍ଡା ଗ୍ରାମର ଯୁବକ ମାନେ ସାମ୍ପ୍ରତିକ କରୋନା ସଂକ୍ରମଣ ରୁ ଆଖିଆଗରେ ରଖି ମହୁଲ ମୁଣ୍ଡା - କୁକୁଡାବାହାଳୀ ପଞ୍ଚାୟତର କାଙ୍କଣପଡା ଗ୍ରାମ ରାସ୍ତା ରେ ଅସ୍ଥାୟୀ ପ୍ରତିରୋଧ ତିଆରି ଅବୋରଧ କରିଛନ୍ତି I ଫଳରେ ମହୁଲମୁଣ୍ଡା ଗାଁ ଭିତରକୁ ଅନ୍ୟ ଗାଁ ରୁ ଆସୁଥିବା ବାଇକ୍ ଓ ଚାରିଚକିଆ ଯାନ ବାହନ ଆଉ ଯାଇ ପାରୁନାହିଁ I ଅନ୍ୟ ଗାଁର କୌଣସି ଲୋକ ଗାଁକୁ ପ୍ରବେଷ କରିବା ଆଗରୁ ସେଠାରେ ସାବୁନ ରେ ହାତ ଧୋଇବାକୁ ପଡୁଛି I ହାତ ଧୋଇବା  ପରେ ଲୋକେ ଅନ୍ୟ ଗାଁର ଲୋକଙ୍କୁ ଗାଁକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି I ଗାଁ ର , ଅମିତ୍ କୁମାର ପ୍ରଧାନ, ମିଥୁନ ପ୍ରଧାନ , ଭରତ ପ୍ରଧାନ, ମଙ୍ଗୁଲୁ ସାହୁ , ଦୁର୍ଜୟ ସାହୁ , ସଦାନନ୍ଦ ସାହୁ , ଜ୍ଞାନରଞ୍ଜନ ସାହୁ , ଦୁଶ୍ମନ୍ତ ସାହୁ ,ପ୍ରକାଶ ସାହୁ ଙ୍କ ନେତ୍ରୁତ୍ୱରେ ଗାଁରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି I ଏଭଳି ସତେତନତା କାର୍ଯ୍ୟକ୍ରମକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି I

0
0
0
s2sdefault