ହେଡଲାଇନସ୍:

ୟାଙ୍କ ସଚେତନତା ଲେବଲ ଯଦି ଏଇଆ, ଇଏ ଲୋକଙ୍କୁ ବୁଝାଇବେ ଛେନା ଚକଟା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଳାହାଣ୍ଡି ଧର୍ମଗଡ଼ ଶୁସାନ୍ତ ରାଉତ : ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜନତାଙ୍କୁ ଲକ୍ ଡାଉନ୍ ନିୟମ ମାନିବାକୁ ଅପିଲ କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ଓଡିଶାରେ ସ୍ଥିତି ଠିକ୍ ଥିଲେ ସୁଦ୍ଧା ସଚେତନତା ଓ ସତର୍କତା ଅବଲମ୍ବନ କରିବା ସହ ଶପଥ ପାଠ କରି ଘରୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ପ୍ରଶାସନ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହିଭଲି ସ୍ଥିତିରେ ଜଣେ ଜନ ପ୍ରତିନିଧି ସଚେତନତା କରିବା ବଦଳରେ ଲକ ଡାଉନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ ରଖିଥିବା ଜଣାପଡିଛି ।

            ପୋଳିସ ସୂଚନା ଅନୁସାରେ, ଧର୍ମଗଡ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ କୋକସରା ଥାନା ବେହେରା ଗ୍ରାମରେ ଆଜି ନିଜର ନୂତ୍ତନ ନିର୍ମିତ ଗୃହ ପ୍ରବେଶ କରିବାକୁ ବନ୍ଧୁ ବାନ୍ଧବ ଓ ଅତିଥି ଙ୍କୁ ନିମନ୍ତ୍ରଣ କରି ଭୋଜିଭାତ କରୁଥିଲେ । ତେବେ କୋକସରା ଥାନା ପୋଳିସ କୌଣସି ସୂତ୍ରରୁ ଏହି ଖବର ପାଇ ବେହେରା ଗ୍ରାମରେ ପହଞ୍ଚି  ଲକ ଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗ ରେ ଶ୍ରୀ ପୁଝାରୀ ଙ୍କୁ ଗିରଫ କରିଥିବା କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି ।

 

0
0
0
s2sdefault