ହେଡଲାଇନସ୍:

ନିଜେ ଯଦି ସଚେତନ ନହେବା ତେବେ ଆମକୁ କରିବ କିଏ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ  ଚିଫ୍/  ରମାକାନ୍ତ ବିଶ୍ବାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା ପରେ ଆଜି ସମ୍ବଲପୁର ସହରରେ ଲୋକଙ୍କ ମଧ୍ୟରେ ଯେଉଁ ସଚେତନ ହେବା କଥା ଏଥିରେ ବ୍ୟତିକ୍ରମ  ଦେଖାଯାଇଛି l ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡ଼ିଓ ବାର୍ତ୍ତା ମାଧମରେ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି l ପ୍ରଶାସନ ପକ୍ଷରୁ  ନିହାତି ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ବ୍ୟପାକ ସଚେତନତା କରାଯାଉଛି l ପୋଲିସ ପକ୍ଷରୁ ଅନୁରୋଧ କରାଯାଉଛି l ମାତ୍ର, ସମ୍ବଲପୁର ସହରରେ  ପୋଲିସ ଟିକିଏ ଶାନ୍ତ ହେଲେ ପୁଣି ବାଇକ ଧରି ରାସ୍ତା ଉପରକୁ ଲୋକେ  ଉଠି ଆସୁଥିବା ଦେଖା ଯାଉଛି l ଯଦି ଏପରି ମନୋଭାବ ଲୋକଙ୍କ ପାଖରେ ରୁହେ ତେବେ କରୋନା ସଂକ୍ରମଣ ପାଇଁ ବେଶୀ ସମୟ ଲାଗିବ ନାହିଁ । ତେଣୁ ଏଥିପ୍ରତି ସତର୍କ ହେବା ଓ ସରକାରଙ୍କ ଉପଦେଶ ମାନି ଚଳିବାକୁ ବିଭିନ୍ନ ମହଲରୁ ମତପ୍ରକାଶ ପାଇବାରେ ଲାଗିଛି l ସହରରେ ରହୁଥିବା ଲୋକେର ବିନା କାରଣରେ ରାସ୍ତା ଉପରକୁ ଉଠି ଆସୁଥିବା ଶୁଭ ଲକ୍ଷଣ ନୁହେଁ l  କରୋନା ଭୂତାଣୁର ଭୟାବହତା ସଂପର୍କରେ ୨୪ ଘଣ୍ଟା ବିଭିନ୍ନ ଗଣମାଧ୍ୟମ ଲୋକଙ୍କୁ ସତର୍କ କରୁଥିବା ସତ୍ବେ ଲୋକେ ଏହାକୁ ମାନିବାକୁ ନାରାଜ ହେଉଥିବା ଏବେ ଚିନ୍ତାର କାରଣ ପାଲଟିଛି। ମାତ୍ର ଏହି ନିୟମକୁ ନ ମାନି ଲୋକେ ସାରା ମଣିଷ ସମାଜକୁ ବିପଦ ଆଡ଼କୁ ଟାଣି ନେଉଛନ୍ତି। ପୁଲିସର କଡ଼ା ଆଭିମୁଖ୍ୟ ପରେ ବି ଲୋକଙ୍କ  ଲୁଚକାଳି ଖେଳ ପ୍ରଶାସନ ପାଇଁ ଚିନ୍ତା ର କାରଣ ପାଲଟିଛି l ଅନ୍ୟପକ୍ଷରେ  ଏଭଳି ବ୍ୟକ୍ତିଙ୍କ ପ୍ରତି ପୁଲିସ କୋଠର ଆଭିମୁଖ୍ୟ ଗ୍ରହଣକୁ ସ୍ବାଗତ କରାଯାଇଛି।

0
0
0
s2sdefault