ହେଡଲାଇନସ୍:

କରୋନା ମୁକାବିଲା ପାଇଁ ହାତ ବଢ଼ାଇଲେ ସାଂସଦ ସରୋଜିନୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା 

  • ମୟୂରଭଞ୍ଜ ପାଇଁ ହାତ ପାଣ୍ଠିରୁ ୫୦ ଲକ୍ଷ ପ୍ରଦାନ କଲେ 

ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟରେ କରୋନାର ମୁକାବିଲା ନିମନ୍ତେ ରାଜ୍ୟ ସଭା ସାଂସଦ ସରୋଜିନୀ ହେମ୍ବ୍ରମ ନିଜର ୩ ମାସ ଦରମା(୩ ଲକ୍ଷ ଟଙ୍କା) ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାରେ କରୋନା ଭୂତାଣୁର ମୁକାବିଲା ନିମନ୍ତେ ସାଂସଦ ହାତପାଣ୍ଠିରୁ(୨୦୧୯-୨୦ ଆର୍ଥିକ ବର୍ଷ) ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ କରାଇବା ନିମନ୍ତେ ସାଂସଦ ଶ୍ରୀମତୀ ହେମ୍ବ୍ରମ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ପତ୍ର ଦ୍ୱାରା ଜଣାଇବା ସହ ଉକ୍ତ ଅର୍ଥ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ କରାଯିବା ନିମନ୍ତେ ପରାମର୍ଶ ଦେଇଥିବାର ଜଣାପଡ଼ିଛି । ଏଥି ସହିତ କରୋନା ଭୂତାଣୁକୁ ପ୍ରତିହତ କରାଇବା ନିମନ୍ତେ ଦିନ ରାତି କାର୍ଯ୍ୟ କରୁଥିବା ଡ଼ାକ୍ତର, ନର୍ସ, ପାରାମେଡ଼ିକାଲ କର୍ମଚାରୀ, ପୁଲିସ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

0
0
0
s2sdefault