ହେଡଲାଇନସ୍:

ବାରିପଦାରେ  ହୋମ ଡେଲିଭରୀ ସୁବିଧା ଯୋଗାଇବ ହଙ୍ଗରୀ ଟିନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ଗ୍ରୋସାରୀ, ହାଇଜେନିକ୍ ରନ୍ଧା ଖାଦ୍ୟ, ମେଡ଼ିସିନ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡ଼ିକର ହୋମ ଡେଲିଭରୀର ସୁବିଧା ଯୋଗାଇ ଦେବ ହଙ୍ଗରୀ ଟିନ୍ ସଂସ୍ଥା । ଏଥି ନିମନ୍ତେ ଜନସାଧାରଣ ଗୁଗୁଲ ପ୍ଲେ ଷ୍ଟୋରରୁ ହଙ୍ଗରୀ ଟିନ୍ ଆପ୍ପକୁ ଡ଼ାଉନ ଲୋବ କରାଇ ଆବଶ୍ୟକୀୟ ସାମଗ୍ରୀକୁ ମୋବାଇଲ ଫୋନ ୯୭୭୮୧୧୧୧୪୪ ଓ ୭୨୦୫୪୪୪୦୬୫ ନମ୍ବରରେ ଯୋଗାଯୋଗ କରି ସର୍ବ ନିମ୍ନ ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଅଡର଼୍ର ଦେବାକୁ ପଡ଼ିବ ଏବଂ ଅନ ଲାଇନରେ ପେମେଣ୍ଟ ଦେବାକୁ ହେବ । ଉକ୍ତ ହୋମ ଡେଲିଭାରୀ ସେବା ବାରିପଦା ପୌରପରିଷଦର ସମସ୍ତ ଅଞ୍ଚଳ ସହିତ ଲକ୍ଷ୍ମୀପୋଷୀ, ଅସ୍ତିଆ, ଶାମାଖୁଣ୍ଟା, ବୁଢ଼ୀଖମାରୀ, ଶଙ୍ଖାଭଙ୍ଗା, କଇଁଫୁଲିଆ, କୁଚେଇ, କୁଳିଅଣା ଓ କେସିପୁର ଆଦି ଅଞ୍ଚଳଗୁଡ଼ିକରେ ଉପଲବ୍ଧ ହୋଇ ପାରିବ । ସେହିପରି ହଙ୍ଗରୀ ଟିନ୍ ସମ୍ପର୍କୀତ ସମସ୍ତ ନିର୍ଦ୍ଦେଶାବଳୀ  ଆଦିର ବିସ୍ତୃତ ତଥ୍ୟ ଆପ୍ପରେ ଉପଲବ୍ଧ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମକୁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି । 

0
0
0
s2sdefault