କର କ୍ଲିନିକକୁ ବର୍ତ୍ତମାନ କେହି ଯାଆନ୍ତୁ ନାହିଁ, ସ୍ୱାସ୍ଥ୍ୟ ବିଭାଗ ଦେଲା ପରାମର୍ଶ | 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟରେ ଚିହ୍ନଟ ହୋଇଛନ୍ତି  ତୃତୀୟ କରୋନା ରୋଗୀ | ସେ ଭୁବନେଶ୍ୱରର | କରୋନା ଭୁତାଣୁ ଚିହ୍ନଟ ହେବା ପୂର୍ବରୁ ଆକ୍ରାନ୍ତ ଜଣକ   ଚିକିତ୍ସାପାଇଁ  ୨୧ରେ କର କ୍ଲିନିକରେ ଓପିଡ଼ିରେ ଦେଖାଇଥିଲେ |  କର କ୍ଲିନିକରେ ତାଙ୍କୁ ଚିକିତ୍ସା କରିଥିବା ବା ତାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ନର୍ସ ଓ ଅନ୍ୟ କର୍ମଚାରୀ  ଆଇସୋଲେସନରେ ରହିବାକୁ କର କ୍ଲିନିକ ମ୍ୟାନେଜମେଣ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି | ଯେହେତୁ କରନା ଆକ୍ରାନ୍ତ ଜଣକ ଯାଇଥିଲେ, ତେଣୁ  ବର୍ତ୍ତମାନ ପରିସ୍ଥିତିରେ କର କ୍ଲିନିକ ନଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି | ରୋଗୀଙ୍କ ସଂସ୍ପର୍ଶରେ ଆସିଥବା ଲୋକଙ୍କ ହିଷ୍ଟ୍ରୀ ଖୋଜାଯାଉଛି | ତନାଘନା ଖୋଳତାଡ଼ କରୁଛି ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ରଟିମ | ଗଣ ସଂକ୍ରମଣ ଏଡ଼ାଇବା ପାଇଁ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଖୋଜୁଛି ଟିମ |

ତୃତୀୟ ଆକ୍ରାନ୍ତଙ୍କ ବୟସ - 60 ବର୍ଷ | ଦିଲ୍ଲୀରୁ ଗତ ମାର୍ଚ୍ଚ 10 ତାରିଖ ସନ୍ଧ୍ୟା 7 ଟାରେ  ଇଣ୍ଡିଗୋ ବିମାନରେ ଫେରିଥିଲେ! ଲକ୍ଷଣ - 11 ଦିନ ପରେ ଥଣ୍ଡା କାଶ ଜ୍ୱର ହେବାରୁ କର କ୍ଲିନିକରେ ଦେଖାଇ ଔଷଧ ଖାଇଲେ |  ଜ୍ଵର ନକମିବାରୁ 14 ଦିନ ପରେ ପୁଣି କର କ୍ଲିନିକରେ ଭର୍ତି ହେଲେ ଓ ICU କୁ ଗଲେ | 17 ଦିନ ପରେ COVID-19 ଜଣାପଡିଲା ଓ କରୋନା ଚିକିତ୍ସା ଆରମ୍ଭ ହେଲା | ଏହି 17 ଦିନ ଭିତରେ ତାଙ୍କ ସହ ସେଦିନ ଭୁବନେଶ୍ବର ଆସିଥିବା ଇଣ୍ଡିଗୋ ବିମାନର ଯାତ୍ରୀ ଓ କର୍ମଚାରୀ, ବିମାନ ବନ୍ଦର କର୍ମଚାରୀ, ବିମାନ ବନ୍ଦରରୁ ଘର ଯାଏଁ ଯାହା ଯାହା ସାଙ୍ଗରେ ଆସିଲେ, ଭୁବନେଶ୍ବରରେ ତାଙ୍କ ସହ ରହୁଥିବା ତାଙ୍କ ପରିବାର ଓ ପ୍ରିୟଜନ, ଯେଉଁ ଅଞ୍ଚଳରେ ରହୁଥିଲେ ସେ ଅଞ୍ଚଳର ସ୍ଥାନୀୟ ଲୋକ-ଯେଉଁ ମାନେକି ଏହି 14 ଦିନ ଭିତରେ ତାଙ୍କ ସଂସ୍ପର୍ଶରେ  ଆସିଥିବେ , କର କ୍ଲିନିକ୍ ର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ତଥା କିଛି ରୋଗୀ ଓ ତାଙ୍କ ଆତ୍ମୀୟଙ୍କୁ  ସଂକ୍ରମଣର ଆଶଙ୍କା ରହିଛି ଏବଂ  ଏହି 14 ରୁ 17 ଦିନ ଭିତରେ ଆଉ କାହା କାହା ସଂସ୍ପର୍ଶରେ ଆସି ସଂକ୍ରମଣର ଶିକୁଳିକୁ ବଢେଇଛନ୍ତି ତାହା ବି ଖୋଳତାଡ଼ କରୁଛି ସ୍ୱତନ୍ତ୍ର ଟିମ |  

ଯେହେତୁ  60 ବର୍ଷର ଜଣେ ବୟସ୍କ ନାଗରିକଙ୍କ କ୍ଷେତ୍ରରେ 17 ଦିନ ପରେ ରୋଗ ସମ୍ପର୍କରେ ଜଣା ପଡୁଛି, ତେଣୁ  ରାଜ୍ୟ ସରକାର ବାରମ୍ବାର ଯେଉଁ କଥା କହୁଛନ୍ତି ସେହି ସଙ୍ଗରୋଧ ବା ଏକାନ୍ତ ବାସ ହେଉଛି ସବୁ ସମସ୍ୟାର ଶ୍ରେଷ୍ଠ ସମାଧାନ l ଯନ୍ତ୍ରଣା ଦାୟକ ଚିକିତ୍ସା ଅପେକ୍ଷା ପ୍ରତିରୋଧକ ଯଥେଷ୍ଟ ଭଲ l ସମସ୍ତେ ସେଇଟା ବୁଝିବା ପାଇଁ ସମସ୍ତଙ୍କୁ ବିନମ୍ର ଅନୁରୋଧ | 

 

0
0
0
s2sdefault