ହେଡଲାଇନସ୍:

ଗାଲୁଆଙ୍କୁ ସାବାଡ କରିବାକୁ ଜିଲାପାଳ ଧଇଲେ ଠେଙ୍ଗା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : କଥାରେ ଅଛି ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ । କରୋନା ନେଇ କୋଉ ସ୍ଥିତିରେ ପହଞ୍ଚାଇଲାଣି । କେତେଲୋକ ମଲେଣି  । ୧୯୬ ଦେଶରେ ଆତଙ୍କ ସୃଷ୍ଟି କଲାଣି ! ଆଗକୁ ବିକଟ ପରିସ୍ଥ୍ତି ଆସିବାର ଆଶଙ୍କା ରହିଥିବା ଯୋଗୁ ଦେଶର ରାଜ୍ୟର ସରକାର ଗ୍ରହଣ କରୁଛନ୍ତି ସତର୍କତା ପଦକ୍ଷେପ  । କଠୋର ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ କାଲି ଦିନବେଳେ ରାଜ୍ୟବ୍ୟାପୀ ଲକ ଡାଉନ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ରାତିରେ ଦେଶ ବ୍ୟାପୀ ଲକ ଆଉଟ ଘୋଷଣା କରିଥିଲେ  । ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ହାତ ଯୋଡି ଲୋକଙ୍କ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିବେଦନ କରିିଥିବା ବେଳେ ଅନାବଶ୍ୟକ ଭାବେ ବାହାରକୁ ଯିବାକୁ ବାରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ବି ରାଣ ପକାଇ ଶପଥ ଦେଇ କହିଲେ ବାହାରକୁ ନବାହାରିବା ପାଇଁ  । ହେଲେ କିଛି ଗାଲୁଆଙ୍କ ଚମଡା ଭିତରେ ଏ ନିବେଦନ ଭେଦିଲାନି । ଆଉ ଗଜପତି ଠାଣିରେ ପୁରୁଣା ଅଭ୍ୟାସ ଅନୁସାରେ ବାହାରିଲେ ବାହାରକୁ ଅମାନିଆ ହୋଇ । ଆଉ ପୋଲସିଠୁ ପଡିଲା ଏମିତି ପାହାରଯେ ଏ ଗାଲୁଆ ମାନେ ବାହାରକୁ ବାହାରିବା ପୂର୍ବରୁ ସାତ ଥର ଭାବିବେ ’ମୁଁ କାହିଁକି ବାହାରୁଛି’  ।

ରାଜ୍ୟର ବିଭିନ୍ନ ସ୍ଥାନରେ  ଏମିତି କଠୋର ପଦକ୍ଷେପ ପୋଲିସ ଘଟିଥିବା ବେଳେ ଯାଜପୁରରେ କିନ୍ତୁ ଆଉ ପାଦେ ଆଗେଇ ଯାଇଥିଲା ଜିଲ୍ଲା ପ୍ରଶାସନ  । ଏଠି ଜିଲ୍ଲାପାଳ ରଞ୍ଜନ କୁମାର ଦାଶ ଓହ୍ଲାଇଥିଲେ ରାସ୍ତା ଉପରକୁ ହାତରେ ଲାଠିଧରି  । ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିଲ୍ଲାପାଳ  ହାତରେ ଲାଠି ଧରି ଯାଜପୁରର ବିଭିନ୍ନ ଅଞ୍ଚଳ ବୁଲି ଗାଡିଧରି ବେମତଲବ ଟହଲ ମାରୁଥିବା ଲୋକଙ୍କୁ ଚେତବାନୀ ଦେଇଛନ୍ତି ଘରୁ ଅନାବଶ୍ୟକ ନବାହାରିବା ପାଇଁ  । ଆଉ କିଛି ସମ୍ବେଦନହୀନ ଯୁବକଙ୍କୁ ପକାଇଛନ୍ତି ପାହାରେ ଦି ପାହାର  । 

ଲକଡାଉନ ଚାଲଥିବା ବେଳେ ଜିଲ୍ଲାପାଳ ଶ୍ରୀ ଦାଶ ଖବର ପାଇଥିଲେ ଯେ କେତେକ ଛକ ଆଉ ସ୍ଥାନରେ ଲୋକମାନେ ଅଯଥାରେ ଗହଳି କରୁଛନ୍ତି  । ଏଖବର ପାଇବା ପରେ ଜଲ୍ଲାପାଳ ଶ୍ରୀ ଦାସ ଓ ଉପଜିଲ୍ଲାପାଳ ସବୁ କାମ ଛାଡି ନିଜ ସୁରକ୍ଷା କର୍ମୀଙ୍କ ସହ ପହଞ୍ଚିଥିଲେ ଅନ ଦି ସ୍ପଟ  । ଗାନ୍ଧିଛକ, ବାଳାଶ୍ରମ ପଡିଆ, ଗରିଆପୁର, ତ୍ରିଲୋଚନେଶ୍ୱର ମନ୍ଦିର, ସାନ ବଜାର ସମେତ ଅନ୍ୟ ଅଞ୍ଚଳକୁ ଯାଇ ଲୋକଙ୍କୁ ଚେତାବନୀ ଦେବା ସହ ଘଊଡାଇଥିଲେ  । ଆଉ କିଛି ଅମାନିଆ -ଗାଲୁଆ ଯୁବକଙ୍କ ହାତରେ ଧରିଥିବା ଲାଠିରେ ପାହାରେ ଦିପାହାର ପକାଇଥିଲେ  । ଆଉ କାଲିଠୁ ବାହାରୀ ବୁଲିବା ଦେଖିବାକୁ ମିଳିଲେ ନିସ୍ତାର ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ଚେତାଇ ଦେଇଥିଲେ  । କାଲିଠାରୁ ବାହାରେ ଗାଡି ବୁଲିବା ବନ୍ଦ ବୋଲି ଚେତାଇଦେବା ସହ ଯଦି ନିହାତି ବାହାରକୁ ଅସିବାକୁ ପଡେ ତେବେ ଚାଲିଚାଲି ଆସି ଜଲଦି ଚାଲିଯିବା ପାଇଁ ଚେତାଇଦେଇଥିଲେ ଜିଲ୍ଲାପାଳ । ସବୁଦିନ ଏମିତି ଯାଞ୍ଚ କରାଯିବ ଓ ଧରାପଡଲେ ନିସ୍ତାର ନାହିଁ  । ଗୋଟାଏ ଦିନରେ ୨୮ଜଣ ଅମାନିଆଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେବେଳ ବାହାରେ ଗାଡିନେଇ ବୁଲୁଥିବା ଲୋକଙ୍କ ଗାଡି ସିଜ୍ ହେବା ସହ ଫୈଜଦାରୀ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ଜାଗିଦ କରାଇ ଦେଇଥିଲେ  । ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ଅମାନିଆଙ୍କ ଛାତିରେ ଛନକା ପୁରାଇ ଦେଇଥିବା ବେଳେ ସହରର ବିଭିନ୍ନ ମହଲରୁ ଏହାକୁ ପ୍ରଶଂସା କରାଯାଇଛି  । 

0
0
0
s2sdefault