ହେଡଲାଇନସ୍:

କ୍ଷୀର ପିଅ, ସୁସ୍ଥ ରୁହ : ମନ୍ତ୍ରୀ ଡ଼ ଅରୁଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) :   ଲକ ଡାଉନ ବେଳେ କ୍ଷୀର ବେପାର ମାନ୍ଦା |  କରୋନା ପାଇଁ ଲକ୍ ଡାଉନ୍ ରେ ଥିବା ଜନସାଧାରଣ ଦୋକାନରୁ କ୍ଷୀର ଆଣି ପିଇବାକୁ ଆଗ୍ରହ କମାଇ ଦେଇଥିବାରୁ ଚିନ୍ତିତ ହୋଇପଡିଛନ୍ତି  ଉଚ୍ଚଶିକ୍ଷା, କୃଷି ପଶୁ ସମ୍ପଦ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ | କ୍ଷୀର ଅଣ୍ଡା ଓ ଚିକେନ ଖାଇଲେ କୌଣସି ଅସୁବିଧା ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଭାବେ ବାରମ୍ବାର ଲୋକଙ୍କୁ କହି ଆସୁଥିଲେ ମଧ୍ୟ ଲକ ଡାଉନ ବେଳେ କ୍ଷୀର ଲୋକ କିଣିବା କମେଇ ଦେଇଛନ୍ତି |   କ୍ଷୀର ପିଇବା କମାଇ ଦେଇଛନ୍ତି ଲୋକମାନେ | ଫଳରେ ଓମ୍ଫେଡ ସହ କ୍ଷୀର ବିକ୍ରି କମିଯାଇଛି | ଆଉ ଏହାଦ୍ୱାରା କ୍ଷରିଗ୍ରସ୍ତ ବି ହୋଇଛନ୍ତି ରାଜ୍ୟର ଅଗଣିତ ଦୁଗ୍ଧ ଚାଷୀ | ଅନ୍ୟପକ୍ଷରେ  କ୍ଷୀର ଶରୀର ଭିତରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି  କରିବାରେ ପ୍ରମୁଖ ଭୂମିକା ଗ୍ରହଣ  କରୁଥିବା ବେଳେ,  କରୋନା ସମୟରେ  କ୍ଷୀର ପିଇବା ଲୋକମାନେ କମେଇଦେବା ଘଟଣାରେ ଚିନ୍ତିତ ହୋଇପଡିଛନ୍ତି ମନ୍ତ୍ରୀ ଡ଼ ସାହୁ | ତେଣୁ ଆଜି ପୁଣି ଏକ ଭିଡିଓ ଜାରି କରି ଲୋକଙ୍କୁ କହିଛନ୍ତି ଯେ କ୍ଷୀର ପିଇ ଦେହରେ ଶକ୍ତି ବଢ଼ାନ୍ତୁ । କରୋନା ବିରୋଧରେ ଲଢ଼ନ୍ତୁ । ତେବେ ଶୁଣନ୍ତୁ , କଣ କହିଛନ୍ତି ଭିଡିଓରେ ..... 

0
0
0
s2sdefault