ବୀରମହାରାଜପୁର ବ୍ଲକରେ ବନ୍ଦ୍ ହେବ ୩୨ଟି ବିଦ୍ୟାଳୟ ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଅଭିଭାବକ ମଧ୍ୟରେ ଅସନ୍ତୋଷ : ବିପଦପୂର୍ଣ୍ଣ ରାସ୍ତାରେ ଯିବାଆସିବା କରିବେ ଛାତ୍ରଛାତ୍ରୀ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରେ ବିଭିନ୍ନ ବିଦ୍ୟାଳୟରେ  ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନ ଥିବା କାରଣରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଗୁଡିକୁ ବନ୍ଦ କରାଯାଇ ପାଖ ସ୍କୁଲରେ ମିଶ୍ରଣ କରାଯିବାକୁ  ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ ନିଦ୍ଦେର୍ଶ କ୍ରମେ ୨୦ରୁ କମ୍ ଛାତ୍ର ଛାତ୍ରୀ ଥିବା ବୀରମହାରାଜପୁର ବ୍ଲକ ର ୩୨ଟି ବିଦ୍ୟାଳୟର ବନ୍ଦ୍ ହେବ । ଗଣଶିକ୍ଷା ବିଭାଗ ଦ୍ବାରା ପ୍ରକାଶିତ ବନ୍ଦ୍ ହେବାକୁଥିବା ବିଦ୍ୟାଳୟର ମାନଙ୍କ ତାଲିକା ମଧ୍ଯରେ ତେଲିମୁଣ୍ଡା ,ଭାଟପଦର, କଦଲିପାଲି, ଗରିଆମୁଣ୍ଡା , ଡାହାଣୀପାଲୀ, ମହୁଲସାହି, ରାମ୍ଭିପାଲି, ସାଲେପଦର, ତୁଳସୀପୁର, ଅଚଣ୍ଡା ,ଛନ୍ଦସାଇ, ଘଣ୍ଟପାଲି, କୃଷ୍ଣପାଲି, ସାହଜଲଥା, ରୁଗୁଡିପାଲି, ନୂଆପଡ଼ା, ହୀରାପାଲୀ, ଦୁରଦୁରା, ଖମ୍ବେଶରୀପାଲି, ଗୋଧନେଶ୍ଵର ,ସୁନାରିବେନି, ଟାମ୍ କିଦାଦର ,ବରପଦର, ମାଳଦାଦର, ଭାଲଡୁଙ୍ଗୁରି, ବାସୁଦେବପୁର, ଫୁଳଚରା, ପୁରୁଷୋତ୍ତମପାଲି, କାଶଲପୁର, ଚିଙ୍ଗରାନାଲି ଓ ହାତିଲୀମୁଣ୍ଡା ପ୍ରଭୁତି ବିଦ୍ୟାଳୟର ନାମ ରହିଥିବା ଜଣାଯାଇଛି । ଏହି ବିଦ୍ୟାଳୟରେ ମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀମାନେ ଦୀର୍ଘ ଦୁଇ କିମି ଦୂର ଅନ୍ୟଏକ ବିଦ୍ୟାଳୟକୁ ବିପଦପୂର୍ଣ୍ଣ ରାସ୍ତାଦେଇ ଯିବାକୁ ପଡିବ ତେଣୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ବର୍ତ୍ତମାନ ବନ୍ଦ୍ ହେବାକୁ ଯାଉଥିବା ବିଦ୍ୟାଳୟମାନଙ୍କରେ ପାଠ ପଢାଉ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ଗ୍ରାମଠାରୁ ପାଖରେ ଥିବା ବିଦ୍ୟାଳୟରେ ନିଯୁକ୍ତି ପାଇବା ପାଇଁ  ବ୍ଲକ ଶିକ୍ଷା ଅଧିକାରୀଙ୍କ କାଯ୍ଯାଳୟରେ ଭିଡ ଲଗାଉଥିବା ଦେଖିବାକୁ ମିଲୁଛି ।

0
0
0
s2sdefault