ଲକ ଡାଉନ ଏରିଆରେ ବ୍ୟାଙ୍କଗୁଡ଼ିକ ଖୋଲିବ  ସକାଳ ୧୦ଟାରୁ ଦିନ  ୨ଟା ପର୍ଯ୍ୟନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୨ ଜଣରୁ କମ୍ ବା ୭ ଜଣରୁ ଅଧିକ  ଷ୍ଟାଫ୍ ବ୍ୟାଙ୍କରେ ନିୟୋଜିତ କରିବେ ନାହିଁ |

କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶନାମା

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଓଡ଼ିଶାର ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ନିର୍ଦ୍ଦେଶନାମା ଜାରି କରାଯାଇଛି | ଯେଉଁ ଜିଲ୍ଲା ଏବଂ ସହରାଞ୍ଚଳଗୁଡ଼ିକରେ ଲକ୍ ଡାଉନ୍ ବା ତାଲାବନ୍ଦ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ପାଇଁ ଏକ ପ୍ରକାର କାର୍ଯ୍ୟନିର୍ଘଣ୍ଟ ଅର୍ଥାତ୍ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ ସମୟ ଲାଗୁ ହୋଇଛି |  କୌଣସି ପରିସ୍ଥିତିରେ ମଧ୍ୟ ୨ଟା ପୂର୍ବରୁ ବ୍ୟାଙ୍କ ବନ୍ଦ ହେବ ନାହିଁ କିମ୍ବା କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ ନାହିାଁ ବ୍ୟାଙ୍କଗୁଡ଼ିକ ନିଜର ସୁବିଧା ଅନୁଯାୟୀ ଅର୍ଥାତ୍ ୨ ଜଣରୁ କମ୍ ବା ୭ ଜଣରୁ ଅଧିକ  ଷ୍ଟାଫ୍ ନିୟୋଜିତ କରିବେ ନାହିଁ | 

ଏଟିଏମ୍ଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନଗଦ ଟଙ୍କା ମହଜୁଦ୍ ରହିବା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନଗଦ ଅର୍ଥ ପଠାଗଲାବେଳେ ପୋଲିସ୍ ସୁରକ୍ଷା ଦିଆଯିବା ସହିତ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ନିର୍ଦ୍ଧାରିତ ଫର୍ମରେ ସିଲ୍ ଏବଂ ଦସ୍ତଖତ ଥିବା  ପାସ୍ କର୍ମଚାରୀଙ୍କୁ ପ୍ରଦାନ କରିବେ ଏବଂ ସେମାନେ ନିଜର ପରିଚୟ ପତ୍ର ପୋଲିସକୁ ଦେଖାଇବୋ ବ୍ୟାଙ୍କମାନେ ସେମାନଙ୍କର ସୂଚନା ପ୍ରଯୁକ୍ତି ଭିତ୍ତିଭୂମିକୁ ସବୁ ପରିସ୍ଥିତିରେ ସୁନିଶ୍ଚିତ କରିବୋ ବ୍ୟାଙ୍କମାନେ ଉପଭୋକ୍ତାମାନଙ୍କୁ ବିକଳ୍ପ ମାଧ୍ୟମ ଯଥା ମୋବାଇଲ୍ ବ୍ୟାଙ୍କିଙ୍ଗ୍, ଇଣ୍ଟରନେଟ୍ ବ୍ୟାଙ୍କିଂ, ଅନ୍ଲାଇନ୍ ପେମେଣ୍ଟ, ଏଟିଏମ୍ ଆଦି ବ୍ୟବହାର ପାଇଁ ଉତ୍ସାହିତ କରିବୋ ଏସ୍ଏମ୍ଏସ୍ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ବ୍ୟାଙ୍କଗୁଡ଼ିକ ସେମାନଙ୍କର ସେବା ବିଷୟରେ ଜଣାଇବା ସହ କଲ୍ ସେଣ୍ଟର ମାଧ୍ୟମରେ ୨୪ ଘଣ୍ଟିଆ ସେବା ପ୍ରଦାନ କରିବୋ ବ୍ୟାଙ୍କଗୁଡ଼ିକ ନଗଦ ଜମା/ଉଠାଣ, ଏନ୍ଇଏଫ୍ଟି, ଚେକ୍ କ୍ଲିୟରିଂ, ସରକାରୀ ଟ୍ୟାକ୍ସ କଲେକ୍ସନ୍ ଆଦି ନିୟମିତ କାର୍ଯ୍ୟ ଜାରି ରଖିବେ |  ଟ୍ରେନିଂ, ମିଟିଂ, ସମ୍ମିଳନୀ ଆଦି କାର୍ଯ୍ୟ ସ୍ଥଗିତ ରହିବା ରାଜ୍ୟର ସମସ୍ତ ଇନ୍ସୁ୍ୟରାନ୍ସ କମ୍ପାନୀମାନେ ମଧ୍ୟ ନିୟମ ମାନି କାର୍ଯ୍ୟ କରିବୋ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ରାଜ୍ୟର ସମସ୍ତ ବ୍ୟାଙ୍କ ଏବଂ ଇନ୍ସୁ୍ୟରାନ୍ସ କମ୍ପାନୀର କାର୍ଯ୍ୟକୁ ତଦାରଖ କରିବୋ 

0
0
0
s2sdefault