ଜାମଶୋଳାଠାରେ ଝାରଖଣ୍ଡ ପୋଲିସ ଓ ପଶ୍ଚିମବଙ୍ଗ ପୋଲିସ ଦ୍ବାରା ସୀମା ଲକଡାଉନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୁରଭଞ୍ଜ ଜିଲ୍ଲା ଓଡିଶା ସୀମାନ୍ତବର୍ତ୍ତୀ ଅଂଚଳ ଜାମଶୋଳା ଠାରେ ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ପୋଲିସ ଦ୍ବାରା ସୀମା ଲକଡାଉନ କରାଯାଇଛି । ପ୍ରକାଶଥାଉକି ଦିନକୁ ଦିନ  କରୋନା ସ୍ଥିତି ଦିନକୁ ଦିନ ଉଦବେଗ ଜନକ ହେଉଥିବା ବେଳେ ଦେଶରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଯାହା ପାଇଁ ଆଜି ଦିନ ୧୧ ଟା ସମୟରେ ଜାମଶୋଳା ନିକଟସ୍ଥ ଝାରଖଣ୍ଡ ସୀମାରେଖାକୁ ଝାରଖଣ୍ଡ ପୋଲିସ ଦ୍ବାରା ଏବଂ ପଶ୍ଚିମବଙ୍ଗ ସୀମାରେଖାକୁ ପଶ୍ଚିମବଙ୍ଗ ପୋଲିସ ଦ୍ବାରା  ଲକଡାଉନ କରାଯାଇଛି । ଯାହାଫଳରେ ଓଡିଶାରୁ ପଶ୍ଚିମବଙ୍ଗକୁ ଏବଂ ଝାରଖଣ୍ଡକୁ ବସ,କାର ଆଦି ଯାନବାହନ ଯିବା ଆସିବା ବନ୍ଦ ହୋଇଯାଇଛି । ଓଡିଶା ସୀମରେଖାରେ କେବଳ ଯାତ୍ରୀବାହୀ ବସଗୁଡିକ ଆସିବା ବନ୍ଦ କରିଦିଆଯାଇଛି ।

0
0
0
s2sdefault