ହୀରକ ଜୟନ୍ତୀ ପାଳନ ସ୍ଥଗିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ) ସମଗ୍ର ଦେଶ ତଥା ରାଜ୍ୟରେ ଭୟଙ୍କର ରୂପ ନେଇଥିବା କରୋନା ଆତଙ୍କର ମୁକାବିଲା କରିବାପାଇଁ  କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ ସମ୍ମାନ ଜଣାଇବା ଆମ ସମସ୍ତଙ୍କ ଜାତୀୟ କର୍ତ୍ତବ୍ୟ । ବର୍ତ୍ତମାନ ପରିସ୍ଥିତିରେ କୌଣସି ଉତ୍ସବ ପାଳନ କିମ୍ବା ସମାରୋହ ନକରିବାକୁ କେନ୍ଦ୍ର ଓ ରାଜ୍ୟସରକାର ଦେଶ ତଥା ରାଜ୍ୟବାସୀଙ୍କୁ ଅନୁରୋଧ  କରିଛନ୍ତି । ପାଇକମାଲ ଉଚ୍ଚ  ବିଦ୍ୟାଳୟର ପ୍ରତିଷ୍ଠାର ଷାଠିଏ ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ଆସନ୍ତା ଏପ୍ରିଲ ୧୦ ତାରିଖରୁ ୧୨  ତାରିଖ ମଧ୍ୟରେ ପାଳନ ହେବାକୁ ଥିବା ହୀରକ ଜୟନ୍ତୀ ଉତ୍ସବ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସ୍ଥିର କରାଯାଉଛି । ଏବଂ ଷ୍ଟେଜ୍, ଗେଟ୍ ତିଆରି, ସ୍ମରଣିକା ପ୍ରସ୍ତୁତି, ପାଣ୍ଠି ସଂଗ୍ରହ ଆଦି ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ପୂର୍ବ ପରି ଚାଲୁ ରହିବ। ଅବସ୍ଥା ସ୍ବାଭାବିକ ହେବା ପରେ ପରବର୍ତ୍ତୀ ତାରିଖ ଓ କାର୍ଯ୍ୟକ୍ରମ ସଂପର୍କରେ ଜଣାଇ ଦିଆଯିବ। ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ହୀରକ ଜୟନ୍ତୀ ପାଳନ କମିଟିର ସଭାପତି ଅନୀଲ କୁମାର କାଲିଆ ସୂଚନା ଦେଇଛନ୍ତି ।

0
0
0
s2sdefault