ଜାତୀୟ ଧର୍ମପ୍ରସାର ବୈଠକ ସ୍ଥଗିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ସୁନ୍ଦରଗଡ (ଶାସକ ପ୍ରଶାସକ): କରୋନାର ଭୟାବହତାକୁ ଆଖିରେ ରଖି ବିଶ୍ୱହିନ୍ଦୁ ପରିଷଦ ଧର୍ମପ୍ରସାର ବିଭାଗର କେନ୍ଦ୍ରୀୟ ବୈଠକକୁ ସ୍ଥଗିତ କରାଯାଇଛି ! ଏହି ସୂଚନା ଆଜି ଧର୍ମପ୍ରସାର ବିଭାଗର ଅଖିଳ ଭାରତୀୟ ପ୍ରମୁଖ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଠାରୁ ପ୍ରାପ୍ତ ହୋଇଛି |

 ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଏପ୍ରିଲ 5, 6, 7 ତିନିଦିନ ଧରି ବୃନ୍ଦାବନରେ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ରୀୟ ବୈଠକକୁ କରୋନାର ଭୟାବହତା ଦୃଷ୍ଟିରୁ ସ୍ଥଗିତ ରଖାଯାଇଛି | ଯେତେବେଳେ କରୋନା ଭୁତାଣୁ ସଂକ୍ରମଣ ମାନବ ସମାଜ ପାଇଁ ଏକ ଆହ୍ୱାନ ରୂପେ ଉଭା ହୋଇଛି, ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ରାଷ୍ଟ୍ରବାଦୀ ଅନୁଷ୍ଠାନ ହିସାବରେ ଧର୍ମପ୍ରସାର ବିଭାଗ ତାର କେନ୍ଦ୍ରୀୟ ବୈଠକକୁ ସ୍ଥଗିତ କରିଛି | କୌଣସି ବୈଠକ ଓ ଅଧିବେଶନ ଠାରୁ ସମାଜ ଓ ରାଷ୍ଟ୍ର ସବୁବେଳେ ବଡ଼ ! ତେଣୁ ଧର୍ମପ୍ରସାର ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି | ସମାଜ ଓ ରାଷ୍ଟ୍ରର ଏଭଳି ସଙ୍କଟ ବେଳାରେ ସମସ୍ତ କାର୍ଯ୍ୟକର୍ତ୍ତା ନିଜ ନିଜ କ୍ଷେତ୍ରରେ ସଚେତନତା ସୃଷ୍ଟିକରିବା ସହିତ କରୋନା ଭୁତାଣୁ ସଂକ୍ରମଣରୁ ସମାଜକୁ ସୁରକ୍ଷିତ ରଖିବା ନିମିତ୍ତ ଯତ୍ନଶୀଳ ହେବାକୁ ସୁଧାଂଶୁ ମୋହନ ପଟ୍ଟନାୟକ ନିବେଦନ କରିଛନ୍ତି |

 

0
0
0
s2sdefault