ପୌରାଂଚଳରେ କରୋନା ମୁକାବିଲା ୨୧ କୋଟି ଟଙ୍କା ମଞ୍ଜୁର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୌରାଂଚଳରେ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ୨୧ କୋଟି ୧୦ଲକ୍ଷ ଚଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏ ନେଇ ସହରାଂଚଳ ଉନ୍ନୟନ ସଂସ୍ଥା ( ସୁଡା )କୁ ଅବଗତ କରି ତୁରନ୍ତ ଟଙ୍କା ପ୍ରଦାନ କରିବାକୁ କୁହାଯାଇଛି । ମୋଟ ୧୧୪ ଟି ପୌର ସଂସ୍ଥାକୁ ଏହି ଅର୍ଥ ପ୍ରଦାନ କରାଯିବ । ଉନ୍ନତି ଯୋଜନାର ମାର୍ଗ ଦର୍ଶିକାରେ କୋହଳ ସହିତ ସମ୍ଭାବ୍ୟ ସ୍ଥିତିକୁ ଦେଖି ଉକ୍ତ ପାଣ୍ଠି କରୋନା ମୁକାବିଲା ଦିଗରେ ଖର୍ଚ୍ଚ କରାଯିବାକୁ ସ୍ଥିର ହୋଇଛି । ବରାଦ ଅର୍ଥ ମଧ୍ୟରୁ ବିଏମ୍ସିକୁ ସର୍ବାଧିକ ଏକ କୋଟି ଟଙ୍କା ମିଳିବାକୁ ଥିବା ବେଳେ କଟକ , ରାଉରକେଲା , ସମ୍ବଲପୁର ଓ ବ୍ରହ୍ମପୁର ମହାନଗର ନିଗମକୁ ୫୦ଲକ୍ଷ ଲେଖା ଟଙ୍କା ପ୍ରଦାନ କରାଯିବ ।

ସେହିପରି ଏନ୍ଏସି ଓ ମ୍ୟୁନିସପାଲିଟି ଗୁଡିକୁ ୧୦ ରୁ ୨ଅନୁମତି ବିନା କୌଣସି ପରିସ୍ଥିତିରେ ବି ଏହି ଅର୍ଥକୁ ଅନ୍ୟ କାର୍ଯ୍ୟ ଲାଗି ବିନିଯୋଗ କରାଯାଇ ପାରିବ ନାହିଁ । ପୌରସଂସ୍ଥା ଗୁଡିକ ଲାଗି ମଞ୍ଜୁର ଅର୍ଥକୁ ଭାରତର ମହା ଲେଖାକାର(ସିଏଜି) କିମ୍ବା ତାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସଂସ୍ଥା ଅଡିଟ କରିପାରିବେ ।

ଏଥି ସହିତ ଅର୍ଥର ଆଭ୍ୟନ୍ତରିଣ ଅଡିଟ୍ ମଧ୍ୟ କରାଯିବ । ତେଣୁ ସରକାରୀ ନୀତିନିୟମ ଅନୁଯାୟୀ ପୌର ସଂସ୍ଥା ଗୁଡିକ ଅର୍ଥକୁ ଠିକଣା ଭାବେ ଖର୍ଚ୍ଚ କରିବା ସହିତ ସୁଡାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହାର ବିନିଯୋଗ ପ୍ରମାଣ ପତ୍ର ଦେବା ନିମନ୍ତେ କୁହାଯାଇଛି ।

0
0
0
s2sdefault