ଜନତା କର୍ଫ୍ୟୁରେ ସାମିଲ ହେଲେ ଗୁଣୁପୁରବାସୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ମାଧବ ବିଡିକା - କରୋନା ଭୂତାଣୁ ସାରା ବିଶ୍ବରେ ମହାମାରୀର ରୂପ ନେଇଥିବା ବେଳେ ଆମ ଦେଶରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ଏଣୁ କରୋନା କୁ ହରାଇ ଦେଶ କୁ ବଞ୍ଚାଇବା ପାଇଁ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୨ ତାରିଖ  ଅର୍ଥାତ ରବିବାର ଦିନ କୁ ଜନତା କର୍ଫ୍ୟୁ ରୂପେ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଏହାକୁ ସମଗ୍ର ଭାରତ ବାସୀ ସମର୍ଥନ କରିଥିବା ବେଳେ ଗୁଣପୁର ଅଞ୍ଚଳ ବାସୀ ମଧ୍ୟ ଏହି ଆହ୍ୱାନକୁ ସମ୍ମାନ ଜଣାଇଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଲକ ଡାଉନ ଡାକରା ର ପ୍ରଥମ ଦିନ ରେ ଗୁଣପୁର ସହର ଏବଂ ଏହାର ପାଖା ପାଖି ଅଞ୍ଚଳ ରେ ସକାଳ ୭ ଘଣ୍ଟା ସମୟ ରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ବାହାରକୁ ବାହାରି ନଥିବା ଦେଖିବାକୁ ମିଳିଥିଲା । ରାୟଗଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ପ୍ରସାର କରାଯାଇ ଜନତା କର୍ଫ୍ୟୁ କୁ ସଫଳ ରୂପାୟନ କରିବା ପାଇଁ ସଚେତନ କରାଯାଇଥିଲା । ଏହି ଉପଲକ୍ଷେ ଗୁଣପୁର ସହର ରେ ସମସ୍ତ ଦୋକାନ , ବଜାର , ଗାଡି ମଟର ଚଳାଚଳ ଓ ଟ୍ରେନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଏଥି ସହ ଭଗବାନ ଓ ଭକ୍ତ ଙ୍କ ମଧ୍ୟରେ ଦୂରତା ବଢିବା ମଧ୍ୟ ଦେଖା ଦେଇଛି । ରବିବାର ଦିନ ଯୀଶୁଖ୍ରୀଷ୍ଟ ଙ୍କ ପୁଜା ନିମନ୍ତେ ଆଖ ପାଖ ଗ୍ରାମ ରୁ ବହୁ ଶ୍ରଦ୍ଧାଳୁ ଚର୍ଚ୍ଚ କୁ ଆସଥାନ୍ତି କିନ୍ତୁ ଜନତା କର୍ଫ୍ୟୁ କୁ ସମ୍ମାନ ଜଣାଇ ଏବଂ ନିଜେ ସଚେତନ ରହି ଜନତା କର୍ଫ୍ୟୁ କୁ ସଫଳ କରିଥିଲେ । ପ୍ରଧାନମନ୍ତ୍ରୀ ଙ୍କ କହିବା ଅନୁଯାୟୀ ଗୁଣପୁର ସହରବାସୀ ସନ୍ଧ୍ୟା ୫ ଟା ବେଳେ ନିଜ ନିଜ ଘର ବାଲ୍କୋନି , ଘର ଦୁଆର ମୁହଁ ରେ ଠିଆ ହୋଇ ଘଣ୍ଟ , ଶଙ୍ଖ , ହୁଳହୁଳି ଦେଇ କରୋନା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault