କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇଁ ଓଡ଼ଗାଁରେ ଜନତା କର୍ଫ୍ୟୁ  ଫଳପ୍ରଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ) : ସାରା ବିଶ୍ୱ କରୋନା ଭୁତାଣୁ ଭୟରେ ଏବେ ଥରହର ହେଉଛି । କୈାଣସି ପ୍ରତିଷେଧକ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ବାହରି ନାହିିଁ । କେବଳ ସତର୍କତା ଦ୍ୱାରା ଏହାଠାରୁ ରକ୍ଷା ପାଇହେବ । ଏଭଳି ଏକ ଘଡିସନ୍ଦି ମୁହୁର୍ତରେ ସାରା ବିଶ୍ୱର ଜନସାଧାରଣ କରୋନା ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି । ଏ ପରିପ୍ରେକ୍ଷୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୨ ମାର୍ଚ ରବିବାର ଦିନକୁ ଜନତା କର୍ଫୁ  ଭାବେ ଦେଇଥିବା ଆହ୍ୱାନ ତଥା ରାଜ୍ୟ ସରକାରଙ୍କ ସମର୍ଥନ ଘୋଷଣାକୁ ମାନିନେଇଛନ୍ତ ଓଡ଼ଗାଁ ଅଂଚଳ ବାସୀ । ମନ୍ଦିର ନିତିକାନ୍ତି ପାଇଁ ଖୋଲା ରହିଥିବା ବେଳେ ଶ୍ରଦ୍ଧାଳୁ ମାନଙ୍କୁ ଦେଖିବାକୁ ମିଳିନାହିଁ । ପ୍ରତିଦିନ ଭଳିି ଆଜି ରାସ୍ତାରେ ଗାଢିମଟର ଯାଉନାହିଁ । ପରିବା ମାର୍କେଟ ଠାରୁ ଆରମ୍ଭକରି ଲକ୍ଷ୍ମୀ ବଜାର, ବ୍ଲକରୋଡ, ଫିଲମହଲ ଛକ, ବଜାର ସାହି ଆଦିରେ କେବଳ କିଛି ଗ୍ରସରୀ ଓ ଔଷଧ  ଦୋକାନକୁ ଛାଡିଦେଲେ ସମସ୍ତ ଦୋକାନ ବନ୍ଦ ରହିଥିଲା । ଡାକ୍ତରକାନା ଖୋଲା ରହିଥିଲେ ମଧ୍ୟ ଜଣେ ଅଧେକୁ ଛାଡି ଦେଲେ ପ୍ରାୟତଃ ରୋଗୀ ଆସିନାହାଁନ୍ତି । ସନ୍ଧ୍ୟାରେ ଜରୁରୀ କାଳିନ ସେବା ଯୋଗାଇ ଦେଉଥିବାକର୍ମୀମାନଙ୍କୁ ସମର୍ଥନ ଜଣାଇ ସାହି ସାହିରେ ଘଂଟ, ଘଂଟି ଓ ଶଙ୍ଖଧ୍ୱନୀ ପ୍ରକମ୍ପିତ ହୋଇଥିଲା । ସେହିପରି କୁରାଳ, ନନ୍ଦିଘୋର, ବାହାଡ଼ାଝୋଲା ଅଂଚଳରେ ମଧ୍ୟ ଜନତା କଫୁ୍ୟକୁ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି । 

0
0
0
s2sdefault