ବିଦେଶୀଙ୍କ ପାଇଁ କଡାକଡି, ଦାଦନଙ୍କ ପାଇଁ ସାହାଣ ମେଲା !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲେଡିଗୁଡ କହୁଣିକୁ ବୋହିବା ଆଗରୁ ସରକାର ଟିକେ ଚିନ୍ତା କରନ୍ତୁ 

  ରାଜ୍ୟ ବାହାରୁ ଫେରୁଛନ୍ତି ଦାଦନ ଶ୍ରମିକ, କରୋନା ସଂକ୍ରମଣ ଆଶଙ୍କା 

ଲୋକଙ୍କ ମନରେ ଛନକା, ହେଲେ ଚେଇଁ ଶୋଇଛି ଜିଲ୍ଲା  ପ୍ରଶାସନ

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  :- ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ଅନୁନ୍ନତ ଗାଁ ଗୁଡିକରେ କରୋନାର ଭୟାବହତା ଓ ଏହାର ନିରାକରଣ ପାଇଁ ପ୍ରଶାସନ ଯେଉଁ ପ୍ରକ୍ରିୟାରେ ସଚେତନତା ହୋଇ ଜନସାଧାରଣଙ୍କୁ କେଉଁ ହିସାବରେ ସଚେତନତା କରାଯିବା କଥା ତାହା ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ପ୍ରତିଶତ ମଧ୍ୟ ନାହିଁ କହିଲେ ଅତ୍ୟୁକ୍ତି  ହେବନାହିଁ | ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ  ବାଲିଶଙ୍କରା, ସବଡେ଼ଗା, ଲେଫ୍ରିପଡା, କୁତ୍ରା, ବିଶ୍ରା, ନୂଆଗାଁ, ଗୁରୁଣ୍ଡିଆ, କୋଇଡା ଆଦି ବ୍ଲକର ଅନେକ ଅପହଞ୍ଚ ଗାଁ ଗୁଡିକୁ ଏବେ ଗୋଆ, ମୁମ୍ବାଇ, ଦିଲ୍ଲୀ ,ଗୁଜୁରାଟ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ,କେରଳ ଆଦି ସ୍ଥାନରେ ଦାଦନ ଶ୍ରମିକ ଭାବରେ କାମ କରୁଥିବା ଶ୍ରମିକମାନେ ଫେରୁଥିବା ବେଳେ ଭୟ ଓ ଅସଚେତନତା ଯୋଗୁଁ ସେମାନେ କରୋନା ପରୀକ୍ଷା କରୁନାହାନ୍ତି କି ଏକାନ୍ତବାସରେ ରହୁନାହାନ୍ତି ! ତାଛଡା ସମ୍ପୃକ୍ତ ଶ୍ରମିକ ମାନଙ୍କ ପରିବାର ଲୋକେ ମଧ୍ୟ ଏକଥାକୁ ଲୁଚାଉଥିବା ବେଳେ ସ୍ଥାନୀୟ ପ୍ରଶାସନର ଦୃଷ୍ଟିକୁ ଆଣିବାକୁ ଇଛାପ୍ରକାଶ କରୁନାହାନ୍ତି ! ସେମିତି ହେମଗିର ବ୍ଲକ ଅଞ୍ଚଳର ଏକ ପରିବାର କିଛିଦିନ ପୂର୍ବରୁ ନେପାଳକୁ ପାଞ୍ଚ ଦିନିଆଁ ଭ୍ରମଣରେ ଯାଇ ଘରକୁ ଫେରିଥିବା ବେଳେ ସେମାନେ ମଧ୍ୟ ପଞ୍ଜିକରଣ କରିନାହାନ୍ତି କି ଏକାନ୍ତବାସରେ ରହିନାହାନ୍ତି ! ଯାହା ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ବିପଦ ଆଣିବାର ସଂକେତ ଦେଇଛି | ବିଭିନ୍ନ ସୂତ୍ରରୁ ଯାହା ଶୁଣିବା ପାଇଁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାକୁ ପାଖାପାଖି ୫୦୦୦ ହଜାର ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟରେ କାମ କରିବା ପାଇଁ ଜିଲ୍ଲାରୁ ଦାଦନ ଖଟିବା ପାଇଁ ଯାଇଥିଲେ କିନ୍ତୁ କୋରଣାର୍ ସଂକ୍ରମଣ ଭୟରେ ସେମାନେ ଏବେ ନିଜ ଘରକୁ ଫେରିଆସିଛନ୍ତି ହେଲେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ପଏଣ୍ଟ ଆଉଟ କରି ଆଇସୁଲେଶନ ରେ ରଖିବା କଥା କିନ୍ତୁ ପ୍ରଶାସନ ପାଖରେ ମଧ୍ୟ ଖବର ନାହିଁ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ |  ଯଦି ଉପାନ୍ତ ଅଞ୍ଚଳ ଗୁଡିକରେ ସଚେତନତା ସୃଷ୍ଟି ନହେବ ତାହେଲେ କରୋନାକୁ ମୁକାବିଲା କରିବା କାଠିକର ସାବ୍ୟସ୍ତ ହେବା ସୁନିଶ୍ଚିତ |  କିଛି ସଙ୍ଗଠନ ପକ୍ଷରୁ ଚର୍ଚ୍ଚା ହେଉଛି ଜିଲ୍ଲାରେତ କୋରଣା ହୋଇନାହିଁ କୋରଣା ବାହାରୁ ଆସୁଥିବା ଦାଦନ ଶ୍ରମିକ କିମ୍ବା ବିଦେଶରୁ ଫେରୁଥିବା ବ୍ୟକ୍ତି ମାନଙ୍କ ଦ୍ୱାରା ସଂକ୍ରମଣ ହେବାର ସମ୍ଭାବନା ରହିଛି ତାହେଲେ ପ୍ରଶାସନ ବିଜ୍ଞାପନ ପ୍ରଦର୍ଶନ କରି କୌଣସି ସଠିକ ସଚେତନତା ନାହିଁ ,ପ୍ରଶାସନ ଯଦି ସଠିକ ଭାବରେ କୋରଣା ର୍ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥାନ୍ତା ତାହେଲେ ନା ଆଜି ମାସ୍କ କିମ୍ବା ସେନିତାଇଜର୍ ର୍ ଆବଶ୍ୟକ ଏତେ ନଥିଲା କୋରଣା ବାହାରୁ ଜିଲ୍ଲାକୁ ଆସୁଥିବା ବ୍ୟକ୍ତିଙ୍କ ଠାରୁ ହିଁ  ବିପଦ ତେଣୁ ପ୍ରଶାସନ ପକ୍ଷରୁ କୌଣସି ସଠିକ ସଚେତନତା ହୋଇନାହଁ ବୋଲି ଜିଲ୍ଲାର ଜନସାଧାରଣ ମତବ୍ୟକ୍ତ କରିଛନ୍ତି | ଆହୁରି କହିଛନ୍ତି ପ୍ରଶାସନ ଏବେବି  ଯଦି ସଠିକ ଭାବରେ ଧ୍ୟାନ ଦେଇ ଜିଲ୍ଲାକୁ କେଉଁ ରାଜ୍ୟରୁ କେତେଲୋକ ଆସିଲେ ସଠିକ ଭାବେ ଗୋଟିଏ ଗୋଟିଏ ତଦନ୍ତ ହେଉ ବସ,ଟେମ୍ପୋ, କିମ୍ବା କମାଣ୍ଡର ଭଳି ସମସ୍ତ ଗାଡ଼ିରେ ଯାତାୟାତ କରୁଥିବା ବ୍ୟକ୍ତି ମାନଙ୍କୁ ତଦନ୍ତ କରାଯାଉ କିଏ କେଉଁଠୁ ଆସିଲା ଯଦି ସନ୍ଦେହ ସୃଷ୍ଟି ହୁଏ ତୁରନ୍ତ ଆଇସୁଲେଶନ ରେ ରଖାଯାଉ | ଅପରପକ୍ଷରେ ପ୍ରଶାସନ ପକ୍ଷରୁ  ଗାଡ଼ି ଲାଇସେନ୍ସ,ପୋଲୁସନ ,ଗାଡିକାଗଜ ପତ୍ର ଚେକିଙ୍ଗ କଲେ କରୁଣା ରୋକାଯାଇ ପାରିବନି କିମ୍ବା ପ୍ରଶାସନ ପକ୍ଷରୁ  ଘନଘନ ମିଟିଙ୍ଗ କରି ହାତଧୁଅ ମାସ୍କ ପିନ୍ଧ ବୋଲି ବିଜ୍ଞାପନ କଲେ କିଛି ଲାଭ ହେବନାହିଁ ବୋଲି ବିଭିନ୍ନ ସଂଗଠନ ମତ ଦେଇଛନ୍ତି |

ଅନ୍ୟପକ୍ଷରେ ଆମ ବରଗଡ଼ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଆଉଯାୟୀ,   କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକେ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ତାକୁ ଲୋକଙ୍କ ପାଖେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ମଧ୍ୟ ରହିଛି !କନ୍ତୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକରେ ଏହି ସବୁ କାମ କାଗଜ କଲମରେ ହେଉଥିବା ପରିଲକ୍ଷିତ ହେଉଛି | 

ଗାଁ ମାନଙ୍କୁ ଅଲଗା ରାଜ୍ୟରୁ ଅନେଇ ବ୍ୟକ୍ତି ଗାଁ କୁ ଆସୁଛନ୍ତି | ହେଲେ ସେମାନଙ୍କୁ ଅସ୍ଥାୟୀ କ୍ୟାମ୍ପରେ ରଖିବା ବଦଳରେ  ଘରକୁ ଛାଡି ଦିଆଯାଉଛି | ଯାହା କି ଆତ୍ମଘାତୀ ହେବାର ଆଶଙ୍କା ରହିଛି |  ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହୋଇଥାନ୍ତି ଏବଂ ସର୍ବସାଧାରଣଙ୍କ ସହ ମିଳାମିଶା କରିବେ ତେବେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ଦାୟୀ କିଏ ରହିବେ |   ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଖୋଦ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଏତେକ କଠୋର ପଦକ୍ଷେପ ଗ୍ରହଣ କରିଥିଲେ ସୁଦ୍ଧା ବିଜେପୁର ବ୍ଲକରେ ଏତେ ଅବହେଳା କାହିଁକି? ସୂଚନା ଅନୁଯାୟୀ ବିଜେପୁର ବ୍ଲକ ଭଟିଗାଁ ଗ୍ରାମ ପଞ୍ଚାୟତ ର ବାଦୀପାଲି ଗ୍ରାମର ଦୁଇଜଣ ସଂନ୍ଦିଗ୍ଧ ବ୍ୟକ୍ତି ଗତକାଲି ଠାରୁ ଘରକୁ ପହଂଚି ଛନ୍ତି କିନ୍ତୁ ସେମାନେ ISOLATION ରେ ରହିବା ପାଇଁ ନାରାଜ, ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀମାନେ ନକେଦମ ହେଉଛନ୍ତି | ଏଠାରେ ପ୍ରଶ୍ନ ଉଠେ ପଞ୍ଚାୟତ ସ୍ତରରେ 5 ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରି ଅସ୍ଥାୟୀ କ୍ୟାମ୍ପ ଲଗେଇବା କାହା ସ୍ୱାର୍ଥରେ,ଏଠାରୁ ତ ନଗଣ୍ୟ ବିଦେଶ ଫେରନ୍ତା ଯୁବକ ଅଛନ୍ତି | କିନ୍ତୁ ଦାଦନ ଶ୍ରମିକ ଅନେକ | ଆଉ ସେମାନେ ଯେଉଁ ରାଜ୍ୟରୁ ଫେରୁଛନ୍ତି ସେ ସବୁ ରାଜ୍ୟ ଓଡିଶା ଅପେକ୍ଷା ଅଧିକ ପ୍ରଭାବିତ | ତେଣୁ ସେମାନଙ୍କ ଆଗମନ ଉପରେ କଟକଣା ନ ଲଗାଇଲେ ବା ସେମାନଙ୍କ ପ୍ରପର ସ୍କ୍ରିନିଙ୍ଗ ନକଲେ ଲେଡିଗୁଡ କହୁଣିକୁ ବୋହିଯିବାର ଆଶଙ୍କା ସୃଷ୍ଟି ହୋଇପାରେ | ସରକାର ଏହାକୁ ଅପପ୍ରଚାର, ବା ଗୁଜବ ବା ଅନ୍ୟ କିଛି ନଭାବି  ଏ ଦିଗରେ କଠୋର ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି |

      

0
0
0
s2sdefault