ଗଜପତି ଜିଲ୍ଲାରେ “ଜନତା କର୍ଫ୍ୟୁ”ସଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଗଜପତି /ବାଳକୃଷ୍ଣ ପାଣିଗ୍ରାହୀ :  ସମଗ୍ର ଦେଶରେ କରୋନା ଭୁତାଣୁ କାୟା ବିସ୍ତାର କରି ଚାଲିଥିବା ବେଳେ ଏଥିପ୍ରତି ସତର୍କତା ରହି  ଏହାର କଡା ମୁକାବିଲା କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତବାସୀଙ୍କୁ ଦେଇଥିବା  “ଜନତା କର୍ଫ୍ୟୁ” ଆହ୍ବାନ ଓ ନିବେଦନ ପ୍ରତି , ଗଜପତି ଜିଲ୍ଲାରେ ଅଦ୍ଭୂତପୂର୍ଣ୍ଣ ବିପୁଳ ଜନ-ସମର୍ଥନ ମିଳିଥିବା ସହ ଏହା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି। 

  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆହ୍ବାନରେ ଭାରତବାସୀଙ୍କୁ ମାର୍ଚ୍ଚ ୨୨ ତାରିଖ ସକାଳ ୭ ଟା ଠାରୁ ରାତି ୯ ଘଣ୍ଟା ସମୟ ପର୍ଯ୍ୟନ୍ତ କେହି ଘରୁ ବାହାରିବେ ନାହିଁ  ଏବଂ ଦୋକାନ , ବଜାର , ବ୍ୟବସାୟିକ ପ୍ରତିଷ୍ଠାନ ଓ ସମସ୍ତ ପ୍ରକାରର ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ।

 ଏହି ଆହ୍ବାନ ଓ ନିବେଦନକୁ ଗଜପତି ଜିଲ୍ଲାବାସୀ ସମ୍ପୂର୍ଣ୍ଣ ସମ୍ମାନ ସମର୍ଥନ ଜଣାଇ ଅଦ୍ଭୂତପୂର୍ଣ୍ଣ ଭାବେ ସଫଳ କରାଇଛନ୍ତି ।     ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଭଳି ଆହ୍ବାନ ଓ ନିବେଦନ ପ୍ରତି  ଗଜପତି ଜିଲ୍ଲାବାସୀ ଯେଉଁଭଳି ଅଦ୍ଭୂତପୂର୍ଣ୍ଣ ଜନ-ସମର୍ଥନ ଓ ସମ୍ମାନ ଜଣାଇ ସଫଳ କରାଇଛନ୍ତି , ତାହା ଇତିହାସ ପୃଷ୍ଠାରେ ଏକ ଦୃଷ୍ଟାନ୍ତ ହୋଇ ରହିବ।

 ସମଗ୍ର ଗଜପତି ଜିଲ୍ଲାରେ ଏହି “ଜନତା କର୍ଫ୍ୟୁ” କୁ ବିପୁଳ ସଂଖ୍ୟାରେ ଜନ-ସମର୍ଥନ ଓ ସମ୍ମାନ ଜଣାଇ , ସମସ୍ତ ଦୋକାନ-ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ବସ୍ , ଟ୍ରକ , ଅଟୋ , ଟେକ୍ସି ଓ ମୋଟର ସାଇକଲ ପ୍ରଭୃତି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା ।   ସମସ୍ତ ରାସ୍ତାଘାଟ , ସାହି ବସ୍ତି , ବସ୍ ଷ୍ଟାଣ୍ଡ ଓ ଟେକ୍ସି ଷ୍ଟାଣ୍ଡ , ରେଳ ଷ୍ଟେସନ ସମେତ ସମସ୍ତ ଜନ-ଗହଳି ଓ ଛକ ସ୍ଥାନ ପ୍ରଭୃତି ସମ୍ପୂର୍ଣ୍ଣ ଭାବେ ନିଛାଟିଆ ଓ ନିସ୍ତବ୍ଧ ପାଲଟି ଯାଇଥିଲା ।  ଏମିତିକି , ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସ୍ଥିତିରେ ମଧ୍ୟ ରାସ୍ତା-ଘାଟରେ କାହାକୁ କି କୌଣସି ଯାନବାହାନ ଦେଖିବାକୁ ମିଳି ନ ଥିଲା ।   

 ଅପରାହ୍ନ ୫ ଘଣ୍ଟା ସମୟରେ  ଆଦର୍ଶ ଥାନାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଏବେ ସାହି ବସ୍ତି ସବୁଠାରେ କୋରନା ଭୁତାଣୁର ରୋଗୀଙ୍କ ସେବାରେ ନିୟୋଜିତ ଥିବା ସମସ୍ତଙ୍କୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିପୁଳ ଜନ-ସମର୍ଥନ , ସମ୍ମାନ ଓ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସମସ୍ତ ଜନ-ସାଧାରଣ ନିଜ ନିଜ ଘର ସମ୍ମୁଖରେ ରହି ତାଳିମାରି ,ଘଣ୍ଟ ,ଘଣ୍ଟି  ଓ ଥାଳି ବଜାଇ ଓ ହୁଳହୁଳି ଦେଇ ଭବ୍ୟ ସ୍ୱାଗତ ଓ ଉଚ୍ଚ ପ୍ରସଂଶା ଜଣାଇଥିଲେ । 

0
0
0
s2sdefault