ରେଢାଖୋଲ ଉପଖଣ୍ଡ ରେ  ଜନତା କର୍ଫ୍ୟୁର ପ୍ରଭାବ : ରାସ୍ତାଘାଟ ଶୂନଶାନ୍ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍  ଉପଖଣ୍ଡ ରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଜନତା କର୍ଫ୍ୟୁର ପ୍ରଭାବ ଅାଜି ଦେଖିବାକୁ ମିଳିଛି। ଏ ନେଇ ରେଢାଖୋଲ ଓ ନାକଟିଦେଉଳ  ବ୍ଲକରେ ଦୋକାନ ବଜାର ବନ୍ଦ ରହିଛି। କେତୋଟି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଥିଲା । ଗତ କାଲି ଉପ ଜିଲ୍ଲାପାଳ ସମସ୍ତଙ୍କୁ  ବିନା କୈାଣସି କାମରେ ବାହାରକୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ଗ୍ରାମାଞ୍ଚଳରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଅନୁରୋଧ କରିଥିଲେ । ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ କୈାଣସି ବ୍ୟକ୍ତି ଅବଜ୍ଞାକଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପ୍ରତ୍ୟକ ଜନସାଧାରଣ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ ଜାରୀ କରିଥିବା ଆଜି  ସକାଳ ୭ଟା ଠାରୁ ୨୯ ତାରିଖ ରାତି ୯ ପର୍ଯ୍ୟନ୍ତ ବିନା ଜରୁରୀ କାମରେ ବାହାରକୁ ନ ବାହରିବା ପାଇଁ ଅନୁରୋଧ କରିଥିଲେ I ଅନ୍ୟ ରାଜ୍ୟରୁ କାମ କରି ଗାଁ ମାନଙ୍କୁ ଅାସିଥିବା ଲୋକମାନଙ୍କୁ  ଚିହ୍ନଟ କରିବା ପାଇଁ ଗାଁ ଗାଁ ବୁଲି ଚିହ୍ନଟ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଉପ ଜିଲ୍ଲା ପାଳ ଡୋଳାମଣୀ ପଟେଲ  କହିଛନ୍ତି ।

0
0
0
s2sdefault