କରୋନା ପାଇଁ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତର ବେଲାଦୁଲା ଗ୍ରାମର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଁ ମାଉଳୀ ଯୁବକ ସଂଘ ତରଫରୁ କରୋନା ଭାଇରସ ପାଇଁ ସଚେତନ କରାଯାଇଛି । ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ପ୍ରତାପ ମେହେର ଙ୍କ ନେତୃତ୍ୱ ରେ ଅନୁଷ୍ଠାନ ସଭାପତି ସମେତ ସମସ୍ତ ସଦସ୍ୟ ସାମିଲ୍ ହୋଇଥିଲେ । ଗାଁ ରେ ଘର ଘର ବୁଲି ସମସ୍ତଙ୍କୁ କହିଥିଲେ - କରୋନା ଏକ ମହାମାରୀ ରୂପ ନେଲାଣି ଏହାଠୁ ଦୂରରେ ରହିବା ପାଇଁ ସବୁବେଳେ ସାବୁନ୍ ରେ ହାତ ଧୋଇବା , ସାଧାରଣ ଲୋକଙ୍କ ଠାରୁ ୧ ମିଟର ଦୂରରେ ରହିବା । କାଶ , ଥଣ୍ଡା ଯଦି ବହୁତ୍ ଦିନ ହେଲାଣି ଲାଗି ରହିଛି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା । 

ଅଧିକ ସୂଚନା ପାଇଁ ୧୦୪ ନମ୍ବର୍ ରୁ  ଯୋଗାଯୋଗ କରିବା । ଯଦି କେହି ରାଜ୍ୟ ବାହାରୁ ଗାଁ କୁ ଆସିଛି ତାଙ୍କୁ ସରକାର ଙ୍କ ନିକଟରେ ପଞ୍ଜିକରଣ କରନ୍ତୁ । ଅଯଥା ଗୁଜବ ପ୍ରଚାର ଶୁଣନ୍ତୁ ନାହିଁ । କେବଳ ସରକାରଙ୍କ ସୂଚନା ଶୁଣନ୍ତୁ ଓ ବିଶ୍ୱାସ କରନ୍ତୁ । ତା ସହିତ ସମସ୍ତଙ୍କୁ କରନା ସମ୍ପର୍କିତ ସଚେତନ ବାର୍ତ୍ତା ଓ ହାତ ଧୋଇବା ପାଇଁ ସାନିଟାଇଜର ଦେଇଥିଲେ ।

0
0
0
s2sdefault