ଜନତା କର୍ଫ୍ୟୁ : ଶଙ୍ଖ ଘଣ୍ଟି ଘଣ୍ଟା ଧ୍ବନିରେ କମ୍ପିଲା ପଦ୍ମପୁର ଉପଖଣ୍ଡ ଗାଁଠୁ ସହର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର୍ଫ୍ୟୁ ଆହ୍ବାନକୁ ଚାରିଆଡ଼େ ସମର୍ଥନ ମିଳିଥିବା ଏହି କର୍ଫ୍ୟୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ସନ୍ଧ୍ୟାରେ ୫ଟା ୫ମିନିରେ ଲୋକେ ସେମାନଙ୍କ ଘରୁ ବାହାରିକୁ ବାହାର ଘଣ୍ଟ ,ଘଣ୍ଟି ଶଙ୍ଖ, ତାଳି - ଥାଳି ଆଦି ବଜାଯାଇଥିଲେ । ଏହି ଶଦ୍ଦରେ ପୁରା ପଦ୍ମପୁର ଉପଖଣ୍ଡ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା ।  ପଦ୍ମପୁର ଉପଖଣ୍ଡ ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ  ଆଜି ଦେଖିବାକୁ ମିଳିଛି । ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲାଟ ସମେତ ଅନ୍ୟ ସମସ୍ତ ଜିଲ୍ଲାର ଛୋଟ ବଡ ଗାଁର ଲୋକ ମାନେ ସେମାନଙ୍କ ଘର ବାହାରେ ଛିଡା ହୋଇ କିଏ ଘଣ୍ଟି ବଜାଇ ଥିଲା ଓ ପୁଣି କିଏ ଶଙ୍ଖ ଫଙ୍ଖିଥିଲା । ଏହା ସହିତ କେହି କେହି ତାଳି ଥାଳି ମାରି କର୍ଫ୍ୟୁ କଳାରେ ସେବା ପ୍ରଦାନ କରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିରୁ ସୃଷ୍ଟ ଜଣାପଡିଛି କି କରୋନାକୁ ହରାଇବା ପାଇଁ ମୋଦିଙ୍କ ଆହ୍ବାନକୁ ଚାରିଆଡ଼େ ସମର୍ଥନ ମିଳିଛି ।

0
0
0
s2sdefault