ମାର୍ଚ୍ଚ ୩୧ ଯାଏ ସବୁ ଯାତ୍ରୀବାହୀ ଟ୍ରେନ ବାତିଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ଼ (ଶାସକ ପ୍ରଶାସକ) ମାର୍ଚ୍ଚ ୩୧ ରାତି ୧୨ଟା ଯାଏ ଦେଶର ସବୁ ଯାତ୍ରୀବାହୀ ଟ୍ରେନ୍‌ ବାତିଲ ହୋଇଛି |  କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ବୋର୍ଡର ନେଇଛି ଏହି ନିଷ୍ପତ୍ତି |  ସବୁ ଏକ୍ସପ୍ରେସ, ମେଲ୍‌, ପ୍ରିମିଅମ, ଇଣ୍ଟରସିଟି ଓ ପାସେଞ୍ଜର ଟ୍ରେନ୍‌ ବାତିଲ ହୋଇଥିବା କୁହାଯାଇଛି |  ଆଜି ଭୋର ୪ଟା ପୂର୍ବରୁ ଛାଡ଼ିଥିବା ସବୁ ଟ୍ରେନ୍‌ ଗନ୍ତବ୍ୟ ସ୍ଥଳ ଯାଏ ଚାଲିବ |  ମାର୍ଚ ୩୧ ଯାଏ କେବଳ ମାଲବାହୀ ଟ୍ରେନ୍‌ ଚଳାଇବାକୁ ବିଭାଗର ନିଷ୍ପତ୍ତି, ଅତି ଜରୁରୀ ହେଲେ ଆଜି ରାତି ୧୨ଟା ଯାଏ କେବଳ ମେଟ୍ରୋ ଟ୍ରେନ୍‌ ଚାଲିବ | ଅତି ଜରୁରୀ ହେଲେ ଆଜି ରାତି ୧୨ଟା ଯାଏ କେବଳ ମେଟ୍ରୋ ଟ୍ରେନ୍‌ ଚାଲିବ | ବାତିଲ ହୋଇଥିବା ସବୁ ଟ୍ରେନ୍‌ର ଟିକେଟ ଅର୍ଥ ସଂପୂର୍ଣ୍ଣ ଭାବେ ଫେରସ୍ତ ହେବ |  ଜୁନ୍‌ ୨୧ ଯାଏ ଟିକେଟ ଅର୍ଥ ଫେରସ୍ତ ନେଇପାରିବେ ଯାତ୍ରୀ, ଏବେ ଦେଶରେ ୪୦୦ ମେଲ୍‌ ଓ ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲୁଛି | 

0
0
0
s2sdefault