ସରକାର ବର୍ଗୀକୃତ କଲେ ବିଭାଗ :  କିଏ ଆସିବେ, କିଏ ନଆସିଲେ ଚାଲିବ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୨୫ ବିଭାଗ କର୍ମଚାରୀ ଅଫିସ ନଆସିଲେ ଚଲିବ, ହେଲେ ୫ ଟି ବିଭାଗ ଓ ଏସଆରସି-ଓସଡମା ପାଇଁ ବାଧ୍ୟତାମୂଳକ 

ଭୁବନେଶ୍ୱର:ରାଜ୍ୟରେ କାରଣ ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ରାଜ୍ୟର ୫ଟି ଜିଲ୍ଲା ଏବଂ ୮ଟି ସହରରେ ଲାଗୁ କାରାଯାଇଛି ଲକ୍ ଡାଉନ୍ । ୨୨ ତାରିଖରୁ ୨୯ ତାରିଖ ରାତି ୯ଟା ଯାଏଁ ବଳବତ୍ତର ରହିବ  ଲକ୍ ଡାଉନ୍ । ଏହି ସମୟରେ ସରକାରୀ କାର୍ଯ୍ୟକ୍ରମ ପରିଚାଳନା ପାଇଁ  ସରକାରଙ୍କ ବିଭାଗଗୁଡ଼ିର କାର୍ଯ୍ୟ ଓ କର୍ମଚାରୀଙ୍କ ଉପସ୍ଥିତିକୁ ନଜରରେ ରଖି ସେଗୁଡ଼ିକୁ କ୍ରିଟିକାଲ୍, ପାରସିଆଲି କ୍ରିଟିକାଲ୍ ଏବଂ ନନ୍ କ୍ରିଟିକାଲ୍ ବର୍ଗରେ ବିଭକ୍ତ କରିଛନ୍ତି । ଆଉ ଏହି ମର୍ମରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ନିର୍ଦ୍ଦେଶନାମା  ।

ପାଞ୍ଚଟି ବିଭାଗ ଓ ଓସଡମା-ଏସଆରସି କାର୍ଯ୍ୟାଳୟକୁ କ୍ରିଟିକାଲ୍ ବିଭାଗ ଭାବେ ବର୍ଗିକୃତ କରାଯାଇଛି | ସେଗୁଡି଼କ ହେଲା ଖାଦ୍ୟ, ସାଧାରଣ ଯୋଗାଣ ଓ ଖାଉଟୀ କଲ୍ୟାଣ, ସାଧାରଣ ପ୍ରଶାସନ, ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଓସଡମା ।

 ସେହିପରି ୯ ଟି ବିଭାଗକୁ ପାରସିଆଲି  କ୍ରିଟିକାଲ୍ ବିଭାଗ ଭାବେ ବର୍ଗିକୃତ କରାଯାଇଛି | ସେଗୁଡିକ ହେଲା  ବାଣିଜ୍ୟ ଏବଂ ପରିବହନ, ଇଲେକଟ୍ରୋନିକ୍ସ ଏବଂ ଆଇଟି, ଶକ୍ତି, ଅର୍ଥ, ସୂଚନା ଓ ଲୋକ ସମ୍ପର୍କ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ରାଜସ୍ୱ, ଏସସି-ଏସଟି ଉନ୍ନୟନ ଏବଂ ପୂର୍ତ୍ତ |  ବିଭାଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ସହଯୋଗୀମାନେ ଅଫିସ ଆସିବେ । କେଉଁମାନେ ଅଫିସ୍ ଆସିବେ ନଆସିବେ ତାହା ସଚିବ ସ୍ଥିର କରିବେ । ନିର୍ଦ୍ଦେଶାଳୟ, ଏଜେନ୍ସୀ, ପିଏସୟୁଗୁଡ଼ିକ କେମିତି କାର୍ଯ୍ୟ କରିବ ଇ କେଉଁମାନେ ଆସିବେ ନଆସିବେ  ସମ୍ପର୍କରେ ନିଷ୍ପତ୍ତି ସଚିବ ହିଁ ନେବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି |

ସେହିପରି ୨୫ ବିଭାଗକୁ ନନ୍ କ୍ରିଟିକାଲ ବିଭାଗ ବର୍ଗରେ ରଖାଯାଇଛି | ସେଗୁଡିକ ହେଲା କୃଷି, ସମବାୟ, ଅବକାରୀ, ମତ୍ସ୍ୟ ଓ ପଶୁପାଳନ, ଜଙ୍ଗଲ ଓ ପରିବେଶ, ହସ୍ତତନ୍ତ ଓ ବୟନଶିଳ୍ପ, ଉଚ୍ଚଶିକ୍ଷା, ଆଇନ, ଶିଳ୍ପ, ଶ୍ରମ, ଏମଏସଏମଇ, ସଂସ୍କୃତି, ସଂସଦୀୟ ବ୍ୟାପାର, ଯୋଜନା ଓ ସମନ୍ୱୟ, ସାଧାରଣ ଉଦ୍ୟୋଗ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଏବଂ ଗଣଶିକ୍ଷା, ଏସଏସଇପିଡି, ମହିଳା ଓ ଶିଶୁ ବିକାଶ, ବିଜ୍ଞାନ ଏବଂ କାରିଗରୀ କୌଶଳ, ବୈଷୟିକ ଶିକ୍ଷା, କ୍ରୀଡ଼ା ଏବଂ ଯୁବସେବା, ଇସ୍ପାତ ଓ ଖଣି, ପର୍ଯ୍ୟଟନ ଏବଂ ଜଳସମ୍ପଦ ବିଭାଗକୁ | ଏହି ସବୁ ବିଭାଗର କର୍ମଚାରୀମାନେ ଅଫିସ ଆସିବେନି । ତେବେ ଦାୟିତ୍ୱରେ ଥିବା କାର୍ଯ୍ୟଗୁଡ଼ିକର ମନିଟର ଏବଂ ସୁପରଭାଇଜ ଫୋନ୍ ଯୋଗେ କରିବାକୁ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି | 

          

0
0
0
s2sdefault