ହେଡଲାଇନସ୍:

କରୋନା ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୂଆପଡ଼ା(ଅମିତ ପୁରୋହିତ); କେରାନାକୁ ନେଇ ସମଗ୍ର ବିଶ୍ୱବାସୀ ଆତଙ୍କିତ ହୋଇପଡିଛନ୍ତି । ଏହାକୁ ନେଇ ନୂଆପଡ଼ା ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ବ କରିଛି । ଲୋକଙ୍କୁ ସତର୍କତା ଅବଲମ୍ବନ କରିବା କରିବା ପାଇଁ ସଚେତନ କରାଯାଉଛି ।

ନୂଆପଡ଼ା ରାଜ୍ୟର ସୀମାନ୍ତରେ ରହିଥିବାବେଳେ ଏଠିକାର ଲୋକେ ରାଜ୍ୟ ବାହାରେ କାମ କରୁଛନ୍ତି, ଦାଦନ ଖଟୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କରୋନା ଆକ୍ରାନ୍ତ ହେବାର ସମ୍ଭାବନାକୁ ଦୂର କରିବାକୁ ଜିଲ୍ଲା ପ୍ରଶାସନ ସବୁପ୍ରକାର ପ୍ରସ୍ତୁତି କରିଛି । ଜିଲ୍ଲାପାଳ ଏକ ସାମ୍ବାଦିକ  ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । 

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆହୂତ ବୈଠକରେ ଜିଲ୍ଲାପାଳ ମଧୁସ୍ମିତା ସାହୁ ସୂଚନା ଦେଇ କହିଥିଲେ ଯେ କରୋନା ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ପଂଚାୟତକୁ ସୂଚନା କରାଯାଇଛି । ସେମାନେ ଗ୍ରାମ୍ୟସ୍ତରରେ ବାହାର ରାଜ୍ୟରୁ ଆଗନ୍ତୁକ ମାନଙ୍କ ବିଷୟରେ ସୂଚନା ସଂଗ୍ରହ କରି ଜଣାଇବେ । ଏଥିପାଇଁ ପ୍ରତି ପଂଚାୟତକୁ ୫ ଲକ୍ଷ ଟଙ୍କାର ଅନୁଦାନ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ  ଦିଆଯାଇଛି । ସେହିଭଳି ପ୍ରତି ବ୍ଲକରେ ସ୍ୱତନ୍ତ୍ର କରନା  ୱାର୍ଡ ସ୍ଥାପନ କରାଯିବା ସହ ଜିଲ୍ଲା ବାସୀ ବିବ୍ରତ ନ ହେବାକୁ ଆହ୍ୱାନ ଦେଇଥିଲେ । ସେହିଭଳି ବିବାହ ଭୋଜି, ହୋଟେଲ, ବୈଠକ ଆଦି ଜାଗାରେ ଜନଗହଳି ନ କରିବା, ଲୋକଙ୍କୁ ବିବତ୍ର ନ ହେବାକୁ ଆହ୍ୱାନ କରିଥିଲେ । ଜିଲ୍ଲା ମୁଖ୍ୟ ଜିଲ୍ଲାଚିକିତ୍ସାଧିକାରୀ ଡା. କାଳୀ ପ୍ରସାଦ ବେହେରା, ଅତିରିକ୍ତ ଜିଲ୍ଲାଚିକିତ୍ସାଧିକାରୀ ପି.କେ.ବି ପଟ୍ଟନାୟକ, ଏଡିପିଏଚଓ (ଲୋକସମ୍ପର୍କ) ରୁକ୍ମଣୀ ବେହେରା ଉପସ୍ଥିତ ଥିଲେ । ଡ.ଶ୍ରୀ ପଟ୍ଟନାୟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ ଣ ସବୁ ପଦକ୍ଷେପ ନିଆଯାଇଛି ସେ ଉପରେ ଉପସ୍ଥାପନ କରିଥିଲେ । କ୍ୟାମ୍ପସ ମଧ୍ୟରେ ସ୍ୱତନ୍ତ୍ର କରୋନା ୱାର୍ଡ ସ୍ଥାପନ କରାଯିବା ସହ ସନ୍ଦିଗ୍ଧଙ୍କୁ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ଭାବେ ରଖାଯିବ ବୋଲି କହିଛନ୍ତି । ପଂଚାୟତ ପ୍ରତିନିଧି, ଆଶା, ଅଙ୍ଗନବାଡିକର୍ମୀ ମାନଙ୍କୁ ନେଇ ସଚେତନ କରୁଛୁ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୈାଣସି ସନ୍ଦିଗ୍ଧ ଠାବ ହୋଇ ନାହାନ୍ତି କିମ୍ବା କାହାରି ନମୁନା ସଂଗ୍ରହ ହୋଇନାହିଁ । ଏହିଭଳି ରେଳ ଷ୍ଟେସନ, ବସଷ୍ଟାଣ୍ଡ ସହ ବିଭିନ୍ନ ଜାଗାରେ ନଜର ରଖାଯାଇଛି । ଜିଲ୍ଲାବାସୀ ଏଥିପାଇଁ ଆତଙ୍କିତ ନ ହେବାକୁ କୁହାଯାଇଛି । ଲୋକେ ସଚେତନ ଓ ସତର୍କତା ଅବଲମ୍ବନ କଲେ ଜିଲ୍ଲାରେ କରୋନା ମୁକାବିଲା ସଫଳ ହେବା ସହ ଜିଲ୍ଲାବାସୀ ସୁରକ୍ଷିତ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି । 

0
0
0
s2sdefault