ହେଡଲାଇନସ୍:

କରୋନା ଆତଙ୍କ : ଘୁ.ଉଦୟଗିରି ସହର ଶୂନଶାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଘୁ.ଉଦୟଗିରି(ଗଗନ ପ୍ରଧାନ): କରୋନା ଆତଙ୍କରେ ଆତଙ୍କିତ ଘୁ.ଉଦୟଗିରି I ପୁରା ସହର ଶୂନଶାନ I ପ୍ରଶାସନର ତତ୍ପରତା ପରେ ବୁଧବାର ସନ୍ଧ୍ୟା ଠାରୁ ପୁରା ମାର୍କେଟରେ ତାଲା I ସରକାରଙ୍କ ନିର୍ଦେଶ କ୍ରମେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ସହର ବୁଲି ଜନସାଧାରଣଙ୍କୁ ସଚେତନ କରିବା ସହ 144 ଜାରୀ ସମ୍ପର୍କରେ ଅବଗତ କରାଇ ଥିଲେ I କରୋନା ପ୍ରଭାବରେ ଆତଙ୍କିତ ହୋଇଛନ୍ତି ଅଞ୍ଚଳବାସୀ I ଏଥିରେ ଆତଙ୍କିତ ନ ହୋଇ ସଚେତନ  ହେବାକୁ ସ୍ଥାନୀୟ ପ୍ରଶାସନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି I ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଶାସନ ଆଇଶୋଲେସନ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତୁତି ଚଲାଇ ଥିବା ସୂଚନା ମିଳିଛି I ଜନସାଧାରଣଙ୍କୁ ସଚେତନ କରିବା ସହ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ନିରୀକ୍ଷଣ ପାଇଁ ସଜାଗ ରହିଛନ୍ତି ସରକାରୀ କାର୍ଯ୍ୟରତ କର୍ମଚାରୀ I ସରକାରୀ ନିର୍ଦେଶ ମୁତାବକ ତେଜରାତି ଏବଂ ମେଡ଼ିସିନ ଦୋକାନ ଖୋଲା ରହି ଥିବାର ଦେଖା ଦେଇଛି I କରୋନା ପ୍ରଭାବରେ ଗାନ୍ଧୀ ମାର୍କେଟ, ଲଷ୍ମୀମାର୍କେଟ, ନେହେରୁ ମାର୍କେଟ, ବନ୍ଦ ଛକ, ଶ୍ରୀରାମ ପଦା, ତହସିଲଦାର କାର୍ଯ୍ୟାଳୟ ପାଖ ମାର୍କେଟ ସମ୍ପୂର୍ଣ୍ଣ ବନ୍ଦ ରହିଥିବାର ଦେଖା ଦେଇଛି I

 

0
0
0
s2sdefault