ହେଡଲାଇନସ୍:

କରୋନାକୁ ନେଇ  ରେଢାଖୋଲବାସୀ ଭୟଭୀତ: ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :  ସାରା ବିଶ୍ୱରେ କରନା ଭାଇରସ୍ ହଜାର ହଜାର ଜୀବନ ମାରିସାରିଥିବା ବେଳେ ଆମ ଦେଶରେ ମଧ୍ୟ ବହୁ ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି । ସରକାର ମଧ୍ୟ ସଜାଗ ହେବାକୁ ବାରମ୍ବାର ସଚେତନ କରୁଛନ୍ତି ହେଲେ ଓଡିଶାରୁ ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଇଥିବା ଦାଦନ ଶ୍ରମିକ ତଥା ବିଭିନ୍ନ କଂପାନୀରେ କାମ କରୁଥିବା ଲୋକମାନେ କରୋନା ଭାଇରସ୍ ଭୟରେ ଘରକୁ ଫେରିଆସୁଥିବା ଜଣାପଡିଛି । ସେମାନଙ୍କ ପ୍ରତି ସରକାର ତୀକ୍ଷଣ ନଜର ରଖିବାର ଆବଶ୍ୟକତା ରହିଥିବା ବେଳେ ରେଢାଖୋଲ ଅଂଚଳକୁ ଗତକାଲି ରାତିଠାରୁ ବହୁ ଲୋକ କୋରନା ଭୟରେ ଘରକୁ ଫେରିଛନ୍ତି । ମୁମ୍ବାଇ, ଗୁଜୁରାତ ,ସୁରତ ଅଂଚଳରୁ ଫେରିଛନ୍ତି ସେମାନେ । ବାହାର ରାଜ୍ୟରୁ ଟ୍ରେନ୍ ମାଧ୍ୟମରେ ଫେରୁଥିବାରୁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଜରୁରୀ ହେବା କଥା । କିନ୍ତୁ ଯେଉଁମାନେ ଆସୁଛନ୍ତି ସେମାନେ କୌଣସିପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରୁନାହାନ୍ତି ।

ଗତକାଲି ରାତିରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ପଥୁରିଆ ଗ୍ରାମର ୮ ରୁ ୧୦ ଜଣ ବ୍ୟକ୍ତି ବାହାର ରାଜ୍ୟରୁ ଟ୍ରେନ୍ ରେ ଫେରିଛନ୍ତି । ଡଇଁଚାର ମଧ୍ୟ କେତେଜଣ ବାହାର ରାଜ୍ୟରୁ ଆସିଥିବା ଖବର ହସ୍ତଗତ ହୋଇଛି । ପ୍ରଶାସନ ଅନୁସନ୍ଧାନ କରି ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ । ଏ ଦିଗରେ ରେଢାଖୋଲ ଉପଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବୀ ହେଉଛି ।

0
0
0
s2sdefault