ହେଡଲାଇନସ୍:

କରୋନା ଭାଇରସ ସଚେତନତା ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶାସକ ପ୍ରଶାସକ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ସମସ୍ତ ଉପକେନ୍ଦ୍ର ଜରିଆରେ ବ୍ଲକର  ସମସ୍ତ ଗ୍ରାମ ପଞ୍ଚାୟତ ଠାରେ ଆଜି କରୋନା ଭାଇରସ ସଚେତନତା ଅଭିଯାନ ପାଇଁ  ବୈଠକମାନ ଅନୁଷ୍ଠିତ ହୋଇ ଯାଇଛି । ବୁକୁରାମୁଣ୍ଡା ହେଡ କ୍ୱାଟର ରେ ଥିବା ପଞ୍ଚାୟତ  କାର୍ଯାଳୟ ସ୍ଥିତ ସଭା ଗୃହ ଠାରେ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଂଜଳୀ ଦାଶ ଙ୍କ ତତ୍ୱାବଧାନରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ବୁକୁରାମୁଣ୍ତା ସରପଞ୍ଚ  ଅଭିମନ୍ୟୁ ବରିହା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ସି.ଏଚ୍.ସି ର ନବନିଯୁକ୍ତ ଡଃ ସିଧାର୍ଥ ତ୍ରିପାଠୀ ଯୋଗ ଦେଇ ଉପସ୍ଥିତ ଆଶାକର୍ମୀ,ସମସ୍ତ ଅଙ୍ଗନବାଡି କର୍ମୀ ,ଅଞ୍ଚଳର  ସମସ୍ତ ଏସ୍.ଏଚ.ଜି ଗ୍ରୁପ ର ମାଁ ଭଉଣୀ ଙ୍କୁ ନିଜ ନିଜ ଗାଁ ମାନଙ୍କ ରେ କରୋନାଭାଇରସ ର ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ଜନସଚେତନତା ସୃଷ୍ଟି କରିବାକୁ ସନ୍ଦେଶ ପ୍ରଦାନ କରିଥିଲେ । ଗ୍ରାମ ରୋଜଗାର ସେବକ ମହାନନ୍ଦ ପଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ବିର୍ଥମ ବାରିହା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି  ସରେଇକେଲା ଗ୍ରାମ ପଞ୍ଚାୟତ କରୋନାଭାଇରସ ସଂପର୍କରେ  ସଚେତନା କର୍ଯ୍ୟକ୍ରମ ସଇଲାପରେ ଡଃ ସୁଦିପ୍ତ କୁମାର ସାହୁ ଫୋନ ଯୋଗେ ଖବର ପାଇଲେ କି ନିକଟସ୍ଥ ବଇତାଲଭଟା  ଗ୍ରାମର ସତ୍ୟ ଗଡତିଆ ସଂସ୍କୃତି ପାଠ ପଢିବାକୁ ସୁଦୂର ତିରୁପତି ଯାଇଥିଲେ ହେଲେ ସେ ଫେରିଛନ୍ତି ବୋଲି । ସଙ୍ଗେ  ସରପଞ୍ଚ ତଥା ତାଙ୍କ ସ୍ୱାସ୍ଥ୍ୟବିଭାଗୀୟ କର୍ମଚାରୀ ଙ୍କୁ ନେଇ ଗାଁ କୁ ପହଞ୍ଚି  ସତ୍ୟ କୁ ସଚେତନା ପାଇଁ ପରାମର୍ଶ ଦେବା ସାଙ୍ଗକୁ ନିଜ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବୁଝିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥିଲେ ।

0
0
0
s2sdefault