ହେଡଲାଇନସ୍:

ଆସନ୍ତା ରବିବାର ଜନତା କର୍ଫୁ ପାଇଁ ଦେଶବାସୀଙ୍କ ଅନୁରୋଧ କଲେ ମୋଦି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସନ୍ଧ୍ୟା ପାଞ୍ଚଟା ସମୟରେ  ପାଞ୍ଚ ମିନିଟ ପାଇଁ କରତାଲି ବଜାଇ - ଘଣ୍ଟି ବଜାଇ ଜଣାଇବା କୃତଜ୍ଞତା 

ନୂଆଦିଲ୍ଲୀ :- ମହାମାରୀ କରୋନା ପରିପ୍ରେକ୍ଷୀରେ  ୨୨ ମାର୍ଚ୍ଚ ସକାଳ ୭ରୁ ରାତି ୯ ଯାଏଁ ଜନତା କର୍ଫ୍ୟୁ ପାଳନ ପାଇଁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଜନତା କର୍ଫ୍ୟୁ ସମୟରେ କେହି ବାହାରକୁ ବାହାରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ |

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କରନା ଭୁତାଣୁ ପରିପ୍ରେକ୍ଷୀରେ  ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ମୂଖ୍ୟତଃ ଆସନ୍ତା ରବିବାର ଜନତା କର୍ଫୁ କୁ ସଫଳ କରିବା ପାଇଁ  ଦେଶବାସୀଙ୍କୁ କହିବା ସହିତ ଦୀର୍ଘ ଦୁଇ ମାସ ହେଲା କରୋନାକୁ ରୋକିବା ପାଇଁ କାମ କରୁଥିବା ପ୍ରତ୍ୟେକ ସରକାରୀ ଓ ବେସରକାରୀ କର୍ମଚାରୀ ଓ ବ୍ୟକ୍ତି ବିଶେଷ ତଥା ସାଧାରଣ ଲୋକଙ୍କୁ ଧନ୍ୟବାଦ ଦେବା ପାଇଁ ଦେଶ ବାସୀଙ୍କୁ ଅନୁରୋଧ କରିଛନ୍ତି । 

     ଆସନ୍ତା ରବିବାର ସକାଳ ସାତଟାରୁ ରାତ୍ରି 9 ଘଣ୍ଟା ପର୍ଯନ୍ତ କେହି ଘରୁ ନ ବାହାରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶ ବାସୀଙ୍କୁ ଅନୁରୋଧ କରିଥିବା ବେଳେ ରବିବାର ସନ୍ଧ୍ୟା ପାଞ୍ଚଟା ସମୟରେ ନିଜର ଘର ବାହାରେ କିମ୍ବା ବାଲକୋନୀରେ ଛିଡା ହେଇ ପାଞ୍ଚ ମିନିଟ ପାଇଁ କରତାଲି ବଜାଇ - ଘଣ୍ଟି ବଜାଇ କରୋନାକୁ ସାଧାରଣ ଲୋକଙ୍କ ଠାରୁ ଦୂରରେ ରଖିବା ପାଇଁ ଲଢେଇ ଜାରି ରଖିଥିବା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପ୍ରତ୍ୟେକ ସରକାରୀ ଓ ବେସରକାରୀ କର୍ମଚାରୀ ଓ ବ୍ୟକ୍ତି ବିଶେଷ ତଥା ସାଧାରଣ ଲୋକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି | 

 

0
0
0
s2sdefault